Breaking PLUSବଲିଉଡମୁଖ୍ୟ ଖବର

ଆଜି ମଧ୍ୟ ନିରାଶ ହେଲେ ଆର୍ୟନ

ଆଜିବି ନିରାଶ ହେଲେ ଆର୍ୟନ ଖାନ । କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାଁଙ୍କ ପୁଅ ଆର୍ୟନଙ୍କୁ ଆଜି ମଧ୍ୟ ଜାମିନ ମିଳିଲା ନାହିଁ । ବମ୍ବେ ହାଇକୋର୍ଟ ଆସନ୍ତା କାଲି ୩ଟା ବେଳେ ଏନେଇ ଶୁଣାଣୀ କରିବେ । ଉଭୟ ପକ୍ଷ ସେମାନଙ୍କ ଯୁକ୍ତି କୋର୍ଟରେ ଉପସ୍ଥାପନ କରିଛନ୍ତି । ଅକ୍ଟୋବର ୨ରେ କ୍ରୁଜ ରେଭ ପାର୍ଟି ମାମଲାରେ ଆର୍ୟନ ଗିରଫ ହୋଇଥିଲେ । ଏବେ ତାଙ୍କୁ ଆର୍ଥର ରୋଡ ଜେଲରେ ରଖାଯାଇଛି । ପୂର୍ବରୁ ସେସନ କୋର୍ଟ ଏବଂ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଥିଲେ ।

ଏନସିବି ଆର୍ୟନଙ୍କ ଜାମିନ ସପକ୍ଷରେ ନାହିଁ । ଏହା ଦ୍ୱାରା ତଦନ୍ତରେ ବାଧାପ୍ରାପ୍ତ ହେବ ବୋଲି ଏନସିବି ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଆର୍ୟନଙ୍କୁ ଜାମିନ କିପରି ମିଳିବ ସେ ନେଇ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି ଜୋରସୋରରେ ଉଦ୍ୟମ ଜାରୀ ରଖିଛନ୍ତି ।

Show More

Related Articles

Back to top button