ଦେଶସ୍ୱତନ୍ତ୍ର

ଆସନ୍ତାକାଲି ପୃଥିବୀର ନିକଟତର ହେବାକୁ ଯାଉଛି ବୃହସ୍ପତି ଗ୍ରହ

ପୁଣି ଥରେ ବୃହସ୍ପତି ଗ୍ରହ ପୃଥିବୀର ନିକଟତର ହେବାକୁ ଯାଉଛି। ଗତ ଦୁଇବର୍ଷ ତଳେ ସୌରମଣ୍ଡଳର ସବୁଠାରୁ ବଡ଼ ଗ୍ରହ ବୃହସ୍ପତି ଏବଂ ଶନି ଗ୍ରହ ପୃଥିବୀର ସରଳରେଖାରେ ରହି ଏକ ବିରଳ ମହାଜାଗତିକ ଦୃଶ୍ୟ ସୃଷ୍ଟି କରିଥିଲାବେଳେ ପୁଣିଥରେ ଏହାର ପୁନରାବୃତ୍ତି ହେବାକୁ ଯାଉଛି ।

ଗତ ପ୍ରାୟ ୭୦ବର୍ଷ ମଧ୍ୟରେ ଏହା ପୃଥିବୀର ସବୁଠାରୁ ନିକଟତର ହେବ ବୋଲି ଜଣାପଡ଼ିଛି। ଆସନ୍ତା ସେପ୍ଟେମ୍ୱର ୨୬ତାରିଖ ରାତିରେ ବୃହସ୍ପତି ଗ୍ରହ ଆକାଶରେ ଦୃଶ୍ୟମାନ ହେବ। ପୃଥିବୀର ସମାନ୍ତରାଳ ସରଳରେଖାରେ ଏହା ସେତେବେଳେ ଦେଖାଯିବ ଯେତେବେଳେ କୌଣସି ଏକ ଗ୍ରହ ପୂର୍ବରେ ଦୃଶ୍ୟମାନ ହେବ କାରଣ ସୂର୍ଯ୍ୟ ପଶ୍ଚିମରେ ଅସ୍ତ ହେଉଥିବା ବେଳେ ଉକ୍ତ ଗ୍ରହ ଆମ ପୃଥିବୀର ବିପରୀତ ପାର୍ଶ୍ବରେ ହିଁ ସେହି ସମୟରେ ଦୃଶ୍ୟମାନେ ହେବ। ଆସନ୍ତା କାଲି ବୃହସ୍ପତି ପୃଥିବୀଠାରୁ ୫୮ ନିୟୁତ କିଲୋମିଟର ଦୂରରେ ରହିବ। ଏହା ଆମଠାରୁ ୯୬ ନିୟୁତ କିଲୋମିଟର ଦୂରରେ ଦୃଶ୍ୟମାନ ହେବ ବୋଲି ନାସା ସ୍ପଷ୍ଟ କରିଛି ।

Show More

Related Articles

Back to top button