Breaking PLUSଓଡ଼ିଶାଖେଳମୁଖ୍ୟ ଖବର

ପୁଣି ଚର୍ଚ୍ଚାରେ ଦୂତୀ-ସରସ୍ୱତୀଙ୍କ କଳି

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଦୁଇ ଭଉଣୀ ଦୂତୀ-ସରସ୍ୱତୀଙ୍କ କଳି। ବେଶ୍‌ କିଛି ଦିନର ନିରବତା ପରେ ସୋଶିଆଲ୍ ମିଡିଆରେ ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଏପରିକି ଉଭୟ ପରସ୍ପର ବିରୋଧରେ ବ୍ୟକ୍ତିଗତ ଭାବେ ଅତି ନିମ୍ନସ୍ତରର ଅରୁଚିକର ଆକ୍ଷେପ ପ୍ରତି ଆକ୍ଷେପ କରିଛନ୍ତି। ଆଜି ସୋଶିଆଲ୍ ମିଡିଆରେ ପ୍ରଥମ ପୋଷ୍ଟଟି ସରସ୍ୱତୀ ଚାନ୍ଦଙ୍କର ଆସିଥିଲା, ଯେଉଁଥିରେ ସେ ଦୂତୀଙ୍କ ପାରିବାରିକ ଜୀବନ, ଚାରିତ୍ରିକ ଦୋଷ ଦୁର୍ବଳତା କଥା ଉଠାଇବା ସହ ଘରୋଇ ଶିକ୍ଷାନୁଷ୍ଠାନ କିଟ୍ ସଂପର୍କରେ ମଧ୍ୟ ଆକ୍ଷେପମୂଳକ ଲେଖା ଲେଖିଥିଲେ। ଏଥିସହ ଆଉ ଏକ ପୋଷ୍ଟରେ ଦୂତୀଙ୍କ ଉଦ୍ଦେଶ୍ୟରେ-ତୁ ସାନ ଥିଲୁ ତୋତେ ଜିତେଇବା ପାଇଁ ଜାଣିଜାଣି ହାରୁଥିଲି, ହେଲେ ବାପା-ମା’ର ମଥା ଛୋଟ କରିବାକୁ ଚେଷ୍ଟା କରିବୁ ତ, ତୋତେ ସ୍ପଏଲ୍ କରିଦେବି ବୋଲି ଲେଖିଥିଲେ ସରସ୍ୱତୀ। ଏହାପରେ ପରେ ଦୂତୀ ମଧ୍ୟ ସେଇ ସମାନ ଢଙ୍ଗରେ ସୋଶିଆଲ୍ ମିଡିଆରେ ସରସ୍ୱତୀଙ୍କ ଚରିତ୍ରକୁ ଆକ୍ଷେପ କରି ଏକ ଲମ୍ବା ପୋଷ୍ଟ କରିଛନ୍ତି। ଯେଉଁଥିରେ ସରସ୍ୱତୀ ନିଜ ପୁଲିସ୍ ଅଧିକାରିଣୀ ପଦର ଦୂରୁପଯୋଗ କରି ବାଂଲାଦେଶୀ ଓ ନେପାଳର ନାଗରିକଙ୍କୁ ଆଣି ଏଠିକାର ବାସିନ୍ଦା କରାଇଥିବାର ଅଭିଯୋଗ କରିଛନ୍ତି। ଏଥିସହ ବାପା-ମା’ଙ୍କୁ ହାତ କରି ତାଙ୍କୁ ମିଛରେ ବଦନାମ କରିଥିବା କହି, ମୁଁ ବହୁତ ସହିଲିଣି, ଯଦି ଖୁସିରେ ବଞ୍ଚିବାର ଅଛି ସୁଧୁରିଯା, ନହେଲେ ମୁଁ କ’ଣ କରିବି ତୁ ଭଲ ଭାବେ ଜାଣିଛୁ ବୋଲି ଲେଖିଛନ୍ତି ଦୂତୀ। ସୋଶିଆଲ୍ ମିଡିଆରେ ଦୁଇ ଭଉଣୀଙ୍କର ଏଭଳି ଅତି ନିମ୍ନ ସ୍ତରର ଆକ୍ଷେପ ପ୍ରତି ଆକ୍ଷେପ ଭରା ଲଢ଼େଇକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି।

Show More

Related Articles

Back to top button