ଦେଶସ୍ୱତନ୍ତ୍ର

ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଅମିର ଖାନଙ୍କ ଝିଅ

ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଅମିର ଖାନଙ୍କ ଝିଅ । ନିକଟରେ ପୁରୁଷ ବନ୍ଧୁ ନୁପୁର ଶିଖରେଙ୍କ ସହ ନିର୍ବନ୍ଧ କଲେ ଆୟରା। ଏକ ଖାସ୍ ଅନ୍ଦାଜରେ ନୁପୁର ଆୟରାଙ୍କୁ ପ୍ରପୋଜ୍ କରିଥିବାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଆୟରା ।

ସୂଚନାନୁଯାୟୀ, ପ୍ରସିଦ୍ଧ ଆଇରନ୍ ମ୍ୟାନ୍ ଇଟାଲୀ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନୁପୁର ଶିଖରେ ଆୟରା ଖାନଙ୍କୁ ପ୍ରପୋଜ୍ କରିଛନ୍ତି। ଏହି ଭିଡିଓରେ ଆପଣ ଦେଖିପାରିବେ ଫିଟ୍‌ନେସ୍ ଟ୍ରେନର ନୁପୁର ଶିଖରେ ରେସ୍ କଷ୍ଟ୍ୟୁମରେ ଆୟରାଙ୍କ ନିକଟକୁ ଆସୁଛନ୍ତି। ସେ ଆୟରାଙ୍କୁ କିସ୍ କରୁଛନ୍ତି। ଏହାପରେ ଫିଲ୍ମ ଷ୍ଟାଇଲ୍‌ରେ ଆଣ୍ଠୁମାଡ଼ି ବସି ବକ୍ସରୁ ରିଙ୍ଗ୍ ବାହାର କରୁଛନ୍ତି ଏବଂ ଆୟରାଙ୍କୁ ରିଙ୍ଗ୍ ପିନ୍ଧାଉଛନ୍ତି। ଏହାପରେ ଦୁଇ ଲଭ୍ ବାର୍ଡ ରୋମାଣ୍ଟିକ୍ ହୋଇଯାଉଛନ୍ତି। ଆୟରା ମଧ୍ୟ ନୁପୁରଙ୍କୁ କିସ୍ କରୁଛନ୍ତି। ଆୟରା ଏବଂ ନୁପୁରଙ୍କ ପ୍ରେମ ନିବେଦନ ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ତାଳି ବଜାଉଛନ୍ତି। ଇନଷ୍ଟାଗ୍ରାମରେ ଏହି ଭିଡିଓ ଭାଇରାଲ୍ ହେବାପରେ ଆୟରାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Show More

Related Articles

Back to top button