Breaking PLUSଦେଶମୁଖ୍ୟ ଖବର

ଜମ୍ମୁକଶ୍ମୀରରେ ବରଫପାତ, ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ

ଜମ୍ମୁ- ଜମ୍ମୁ-କଶ୍ମୀରରେ ବରଫପାତ ହୋଇଛି । ସୋମବାର ସକାଳେ ବିଭିନ୍ନ ସ୍ଥାନରେ ବର୍ଷା ସହ ବରଫପାତ ହୋଇଛି । ଫଳରେ ଉପତ୍ୟକାରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି । କଶ୍ମୀର ପରେ ଏବେ ଜମ୍ମୁରେ ଶୀତର ଆଗମନ ହୋଇଛି ।

ରାଜଦାନ ଦରରା, ଜୋଜ୍ଜିଲା ଦର୍‌ରା, ସିନ୍ଥନ ଟପ୍ ଓ କିଶ୍ତୱାଡ, ମୁଗଲ ରୋଡ ସମେତ ଅଞ୍ଚଳର ଉଚ୍ଚ ଅଞ୍ଚଳରେ ବରଫ ପଡିଛି । ସେହିପରି ଜମ୍ମୁ ସଂଭାଗରେ ହାଲକା ବର୍ଷା ହୋଇଛି ।
କଶ୍ମୀରରେ ଲଗାତର ବର୍ଷା ଓ ବରଫପାତ ଯୋଗୁ କିଛି ରାସ୍ତାକୁ ବନ୍ଦ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ଯେ,ଆଗାମୀ କିଛି ଦିନ ଯାଏ ଜମ୍ମୁକଶ୍ମୀରର ଉଚ୍ଚ ସ୍ଥାନରେ ବର୍ଷା ଓ ବରଫପାତ ହେବ ।

Show More

Related Articles

Back to top button