Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ 40ଟଙ୍କା କମିଲା

ଇସଲମାବାଦ- ମହଙ୍ଗା ସହିତ ଲଢେଇ କରୁଥିବା ପାକିସ୍ତାନ ବାସିନ୍ଦାଙ୍କୁ ଆଶ୍ୱସ୍ତି । ପାକିସ୍ତାନର କାର୍ଯ୍ୟକାରୀ ସରକାର ପେଟ୍ରୋଲ ମୂଲ୍ୟରେ 40 ଟଙ୍କା ଓ ହାଇସ୍ପିଡ ଡିଜେଲ ମୂଲ୍ୟରେ 15ଟଙ୍କା ହ୍ରାସ କରିଛନ୍ତି ।
ପାକିସ୍ତାନର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନାରେ ପେଟ୍ରୋଲର ନୂଆ ମୂଲ୍ୟ 283.38 ଟଙ୍କା ଓ ଏଚଏସଡି ମୂଲ୍ୟ 303.18 ଟଙ୍କା କରାଯାଇଛି । ଏହି ନୂଆ ରେଟ୍ ଅକ୍ଟୋବର 16 ମଧ୍ୟରାତ୍ରରୁ ଲାଗୁ ହେବ । ଅକ୍ଟୋବର 31 ଯାଏ ଏହି ରେଟ ବଳବତ୍ତର ରହିବ । ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ମୂଲ୍ୟ କମିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

Show More

Related Articles

Back to top button