Breaking PLUSଦେଶ ବିଦେଶମୁଖ୍ୟ ଖବର

୨୬ ବର୍ଷ ବୟସରେ ପୂର୍ବତନ ମିସ୍‌ଓ୍ୱାର୍ଲ୍ଡ ପ୍ରତିଯୋଗୀ ଶେରିକାଙ୍କର ମୃତ୍ୟୁ

ପୂର୍ବତନ ମିସ୍‌ ଓ୍ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡେ ଅରମାସ୍‌ଙ୍କର ମୃତ୍ୟୁ ହୋଇଛି । ସେ କର୍କଟରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ସର୍ବାଇକଲ୍‌ କର୍କଟ ବା ଜରାୟୁ କର୍କଟ ହୋଇଥିବା ସୂଚନା ମିଳିଛି । ତାଙ୍କର କେମୋଥେରାୀ ଏବଂ ରେଡିଓ ଥେରାପି କରାଯାଇଥିଲା । ମାତ୍ର ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇପାରିନାହିଁ ।

ଶେରିକାଙ୍କ ମୃତ୍ୟୁ ବିଷୟରେ ତାଙ୍କ ଭାଇ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି । ୨୦୧୫ ମସିହାରେ ଚୀନ୍‌ରେ ଆୟୋଜିତ ମିସ୍ଓ୍ୱାର୍ଲ୍ଡ ପ୍ରତିଯୋଗିତାରେ ସେ ଶୀର୍ଷ ୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ସେ ମିସ୍‌ଓ୍ୱାର୍ଲ୍ଡର ପ୍ରତିଯୋଗୀ ସହିତ ଜଣେ ମଡେଲ୍‌ ଥିଲେ । ଅନେକ ଲୋକପ୍ରିୟ ବସ୍ତୁ ପାଇଁ ସେ ବିଜ୍ଞାପନ କରିଛନ୍ତି । ପରେ ସେ ନିଜର ମେକ୍‌ଅପ୍‌ ଲାଇନ୍‌ ଲଞ୍ଚ୍‌ କରିଥିଲେ । ସେ କର୍କଟ ଆକ୍ରାନ୍ତ ଶିଶୁମାନଙ୍କର ପାଇଁ କାମ କରୁଥିଲେ ।

Show More

Related Articles

Back to top button