Breaking PLUSଦେଶମୁଖ୍ୟ ଖବର

ଜମ୍ମୁ-କଶ୍ମୀରରେ ଭୀଷଣ ଶୁଷ୍କ ଶୀତ ଅନୁଭୂତ

ଜମ୍ମୁ, 12 ଜାନୁୟାରୀ – ଜମ୍ମୁ-କଶ୍ମୀରରେ ଶୁକ୍ରବାର ଭୀଷଣ ଶୁଷ୍କ ଥଣ୍ଡା ଅନୁଭୂତ ହୋଇଛି । ଶ୍ରୀନଗରରେ ତାପମାତ୍ରା ଶୂନ୍ୟରୁ 4ଡିଗ୍ରୀ ତଳକୁ ଓ ଜମ୍ମୁରେ ତାପମାତ୍ରା 3.7 ଡିଗ୍ରୀ ରେକର୍ଡ କରାଯାଇଛି । ଏହି ଋତୁରେ ଜମ୍ମୁରେ ଗୁରୁବାର ସବୁଠୁ କମ୍ ଅଧିକତମ ତାପମାତ୍ରା 8.8 ରେକର୍ଡ ହୋଇଛି । ଶ୍ରୀନଗରରେ ନ୍ୟୁନତମ ତପମାତ୍ରା ମାଇନସ 4, ଗୁଲମର୍ଗରେ ମାଇନସ 3.2, ପହଲଗାମରେ ମାଇନସ 5.3 ରେକର୍ଡ ହୋଇଛି । ଲେହ ସହରରେ ନ୍ୟୁନତମ ତାପମାତ୍ରା ମାଇନସ 11.2, କାରଗିଲରେ ମାଇନସ 9.2 ଓ ଦ୍ରାସରେ ମାଇନସ 11.5 ରହିଛି ।

Show More

Related Articles

Back to top button