Breaking PLUSଦେଶମୁଖ୍ୟ ଖବର

ଉତ୍ତରପ୍ରଦେଶରେ ଜାନୁୟାରୀ 26ଯାଏ ପୋଲିସ କର୍ମଚାରୀଙ୍କ ଛୁଟି ରଦ୍ଦ

ଲକ୍ଷ୍ନୌ, 12 ଜାନୁୟାରୀ – ଉତ୍ତର ପ୍ରଦେଶରେ ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ଜାନୁୟାରୀ 26 ଯାଏ ରଦ୍ଦ ହୋଇଛି । ପୋଲିସ ଆଇନ ଏବଂ ବ୍ୟବସ୍ଥା ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।
ପୋଲିସ ଡିଜି ଜାରି କରିଥିବା ନିର୍ଦ୍ଦେଶରେ କହିଛନ୍ତି ଯେ, ଅଯୋଧ୍ୟାରେ ଶ୍ରୀରାମଜନ୍ମ ଭୂମି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଜାନୁୟାରୀ 22ରେ ହେବାକୁ ରହିଛି । ଜାନୁୟାରୀ 22ରେ ଗଣତନ୍ତ୍ର ଦିବସ ପାଳନ ହେବ । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲା ଓ କମିସନରେଟରେ ଆଇନ ଏବଂ ଶାନ୍ତି ବ୍ୟବସ୍ଥାକୁ ସୁଦୃଢ କରିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ 26 ଯାଏ ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ରଦ୍ଦ କରାଯାଇଛି ।

Show More

Related Articles

Back to top button