Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଇସ୍ରାଏଲ-ହମାସ ଯୁଦ୍ଧକୁ ପୂରିଲା 25 ଦିନ, ଗାଜାରେ ଜାରି ରହିଛି ଘମାସାନ ଲଢେଇ

ତେଲଅଭିବ-ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧକୁ 25ଦିନ ପୂରିଛି । ମଙ୍ଗଳବାର ହମାସ ଆତଙ୍କବାଦୀ ଓ ଇସ୍ରାଏଲ ସେନା ମଧ୍ୟ ଘମାସାନ ଲଢେଇ ହୋଇଛି । ଯୁଦ୍ଧ ବିରତି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଗାଜାରେ ରାତି ସାରେ ରକେଟ ଓ ମିସାଇଲ୍ ମାଡ ଜାରି ରହିଛି । ଗାଜାକୁ ତିନି ପଟୁ ଘେରାବନ୍ଦୀ କରି ରଖିଛନ୍ତି ଇସ୍ରାଏଲ ସେନା । ଇସ୍ରାଏଲ ସେନା ଯୁଦ୍ଧ ବାହାନ ଓ ଟ୍ୟାଙ୍କର ଯୋଗେ ହମାସର ଠିକଣା ଉପରେ ଆକ୍ରମଣ ଜାରି ରଖିଛି ।
ଏହାରି ଭିତରେ ଇସ୍ରାଏଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ରକେଟ ମାଡ କରାଯାଇଥିବା ହମାସ ପକ୍ଷରୁ କୁହାଯାଇଛି । ଯୁଦ୍ଧ ଯୋଗୁ ହମାସର ଅନେକ କମାଣ୍ଡରଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଜାପାନ । ହିଜବୁଲାହର କିଛି ସ୍ଥାନ ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଛି ।
ଇସ୍ରାଏଲର ସୁରକ୍ଷା ବାହିନୀ ଗାଜାରେ ଥିବା ଏକ ତୁର୍କୀ ଅନୁଦାନ ପ୍ରାପ୍ତ ଡାକ୍ତରଖାନା ଉପରେ ବୋମା ପକାଇଛି। ଏହି ବିବାଦ ମଧ୍ୟରେ ଇସ୍ରାଏଲ କହିଛି ଯେ ମାନବିକ ସହାୟତା ନେଇ 39 ଟି ଟ୍ରକ ମଙ୍ଗଳବାର ସକାଳେ ଗାଜାରେ ପ୍ରବେଶ କରିଛି। ଯୁଦ୍ଧ ଆରମ୍ଭରୁ 171 ଟି ଟ୍ରକ୍ ମାନବିକ ସହାୟତା ନେଇ ଗାଜାରେ ପହଞ୍ଚିସାରିଥିବା ସୂଚନା ମିଳିଛି ।

Show More

Related Articles

Back to top button