Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ମୁକେଶ ଅମ୍ବାନୀଙ୍କୁ ପୁଣି ହତ୍ୟା ଧମକ

ଏସିଆ ଏବଂ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ତୃତୀୟ ଥର ପାଇଁ ହତ୍ୟା ଧମକ ମିଳିଛି। ଇମେଲ୍‌ ଯୋଗେ ଏହି ଧମକ ଦିଆଯାଇଛି। ଏଥର ଧମକ ଦେଉଥିବା ବ୍ୟକ୍ତି ୪୦୦ କୋଟି ଟଙ୍କା ମାଗିଛନ୍ତି। ଏହାପୂର୍ବରୁ ମୁକେଶ ଅମ୍ବାନୀଙ୍କୁ ଦୁଇଥର ଧମକ ଦିଆଯାଇଥିଲା। ପ୍ରଥମ ଥର ପାଇଁ ମୁକେଶ ଅମ୍ବାନୀଙ୍କ ଠାରୁ ୨୦ କୋଟି ଟଙ୍କା ଏବଂ ଦ୍ୱିତୀୟ ଥର ପାଇଁ ୨୦୦ କୋଟି ଟଙ୍କା ଦାବି କରାଯାଇଥିଲା।
ଧମକପୂର୍ଣ୍ଣ ଇମେଲରେ କୁହାଯାଇଛି, ଯଦି ପୋଲିସ ମୋତେ ଖୋଜି ପାରିବ ନାହିଁ ତେବେ ସେମାନେ ମୋତେ ଗିରଫ କରିପାରିବ ନାହିଁ। ତୃତୀୟ ଧମକପୂର୍ଣ୍ଣ ଇମେଲ ମଧ୍ୟ ସେହି ଠିକଣାରୁ ଆସିଛି ଯେଉଁଠାରୁ ପୂର୍ବ ଦୁଇଟି ଧମକପୂର୍ଣ୍ଣ ଇମେଲ ଆସିଥିଲା। ତୃତୀୟ ମେଲରେ ୪୦୦ କୋଟି ଟଙ୍କା ଦାବି କରାଯାଇଛି।
ସେପଟେ ମୁମ୍ବାଇ ପୋଲିସ ଉଭୟ ମେଲର ଯାଞ୍ଚ ଏବଂ ପ୍ରେରକଙ୍କ ସ୍ଥାନ ଖୋଜିବାରେ ବ୍ୟସ୍ତ ଅଛି। ବେଲଜିୟମର ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କ କମ୍ପାନୀ (ଭିପିଏନ) ରୁ ପଠାଯାଇଥିବା ଧମକପୂର୍ଣ୍ଣ ମେଲ ବିଷୟରେ ସୂଚନା ପାଇବା ପାଇଁ ପୋଲିସ ଇଣ୍ଟରପୋଲରୁ ସାହାଯ୍ୟ ମାଗିଛି।

Show More

Related Articles

Back to top button