Breaking PLUSଦେଶମୁଖ୍ୟ ଖବର

ଭାରତର ୟୁପିଆଇ ସେବା ଏବେ ଶ୍ରୀଲଙ୍କା ଓ ମରିସସରେ ଆରମ୍ଭ

ନୂଆଦିଲ୍ଲୀ, 12 ଫେବୃଆରୀ- ଭାରତର ୟୁପିଆଇ ସେବା ସୋମବାର ଶ୍ରୀଲଙ୍କା ଓ ମରିସସରେ ଏକ ଭର୍ଚୁଆଲ ସମାରୋହରେ ଆରମ୍ଭ ହୋଇଛି । ଏହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଓ ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନାଥ ଭର୍ଚୁଆଲରେ ସାମିଲ ହୋଇଥିଲେ ।
ୟୁପିଆଇ ସେବାର ଆରମ୍ଭରେ ଶ୍ରୀଲଙ୍କା ଓ ମରିସସର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ସହିତ ଭାରତ ଯାତ୍ରା କରୁଥିବା ମରିସସର ନାଗରିକଙ୍କୁ ଦେୟ ଦେବାରେ ସହଜ ହେବ । ଏହାଦ୍ୱାରା ଡିଜିଟାଲ କନେକ୍ଟିଭିଟି ବଢିବ ।
ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରକୁ ନିଜର ସମ୍ବୋଧନରେ ଆଜିର ଦିନକୁ ଭାରତ ମହାସାଗରର ତିନି ମିତ୍ର ଦେଶ ପାଇଁ ସ୍ୱତନ୍ତ୍ର ଦିନ ଅଟେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ନିଜର ଐତିହାସିକ ସମ୍ପର୍କକୁ ଆଜି ଆମେ ଆଧୁନିକ ଡିଜିଟାଲ ରୂପରେ ଯୋଡିଛୁ । ଏହା ଆମର ଲୋକଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ ଅଟେ ।

Show More

Related Articles

Back to top button