Breaking PLUSଦେଶମୁଖ୍ୟ ଖବରରାଜନୀତି

କତାରରୁ ମୁକ୍ତ ହେଲେ 8ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ

ସ୍ୱଦେଶ ଫେରିଲେ 7ଜଣ, ଭାରତ କଲା ସ୍ୱାଗତ

ନୂଆଦିଲ୍ଲୀ- ଭାରତକୁ ପୁଣି ଥରେ ବଡ କୂଟନୈତିକ ବିଜୟ ମିଳିଛି । କତାର ଜେଲରେ ବନ୍ଦ ଭାରତୀୟ ନୌସେନାର 8ଜଣ ପୂର୍ବତନ ସୈନିକଙ୍କୁ ମକ୍ତ କରାଯାଇଛି । ଏଥିରୁ 7ଜଣ ସୈନିକ ସ୍ୱଦେଶ ଫେରିଛନ୍ତି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନରେ ଏହି ସୂଚନା ଦିଆଯାଇଛି । ଏହି 8ଜଣ ନୈସୈନିକ ଗୁପ୍ତଚର କରୁଥିବା ଅଭିଯୋଗରେ ଜେଲରେ ବନ୍ଦ ଥିଲେ । କୋର୍ଟ ଏମାନଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲା । ଏହାପରେ ଭାରତ ପାଇଁ ଏମାନଙ୍କ ମୁକ୍ତି ବଡ ଚ୍ୟାଲେଞ୍ଜ ଥିଲା । ଭାରତର ଅନୁରୋଧରେ କତାରର ଅମୀର ପ୍ରଥମ ଦିନ ହିଁ ଏହି ନୌସୈନିକଙ୍କ ମୃତ୍ୟୁଦଣ୍ଡକୁ କମ୍ କରି ଆଜୀବନ କାରାଦଣ୍ଡରେ ବଦଳାଇଥିଲେ । ଏବେ ଏମାନଙ୍କ ମୁକ୍ତ କରାଯାଇଛି । ଯାହାର ସ୍ୱାଗତ କରିଛି ଭାରତ ।
ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଔପଚାରିକ ବୟାନରେ କୁହଯାଇଛି ଯେ, ‘ଭାରତ ସରକାର କତାରରେ ହେପାଜତକୁ ନିଆଯାଇଥିବା ଅଲ-ଦହରା-ଗ୍ଲୋବାଲ କମ୍ପାନୀ ପାଇଁ କାମ କରୁଥିବା 8ଜଣ ଭାରତୀୟ ନାଗରିକଙ୍କୁ ମୁକ୍ତକୁ ସ୍ୱାଗତ କରୁଛନ୍ତି । ଏମାନଙ୍କ ମଧ୍ୟରୁ 7ଜଣ ଭାରତୀୟ ଭାରତକୁ ଫେରିଛନ୍ତି ।

Show More

Related Articles

Back to top button