Breaking PLUSଦେଶମୁଖ୍ୟ ଖବର

ମଥୁରା ଏକ୍ସପ୍ରେସ-ୱେରେ ଦୁର୍ଘଟଣା, କାରରେ ଥିବା 5ଜଣ ଜୀବନ୍ତ ଜଳିଗଲେ

ଲକ୍ଷ୍ନୌ, 12 ଫେବୃଆରୀ- ଉତ୍ତରପ୍ରଦେଶର ମଥୁରା ଜନପଦରେ ମାଇଲ ଷ୍ଟୋନ-117 ନିକଟରେ ସୋମବାର ଯମୁନା ଏକ୍ସପ୍ରେସ-ୱେରେ ଏକ ସ୍ଲିପର ବସ୍ ଡିଭାଇଡରରେ ମାଡ ହୋଇଛି । ପଛରୁ ଆସୁଥିବା କାର ବସ ସହ ଧକ୍କା ହୋଇଥିଲା । ଧକ୍କାରେ ଦୁଇଟି ଗାଡିରେ ନିଆଁ ଲାଗିଯାଇଥିଲା । କିଏ କିଛି ବୁଝିବା ପୂର୍ବରୁ କାରଟି ହୁତୁହୁତୁ ହୋଇ ଜଳି ଉଠିଥିଲା । କାରରେ ଥିବା 5ଜଣ ଲୋକ ଜୀବନ୍ତ ଜଳିଯାଇଥିଲେ । ପୋଲିସ ମାମଲାର ତଦନ୍ତ କରୁଛି ।
ପ୍ରାରମ୍ଭିକ ସୂଚନା ମୁତାବକ ଏହି ଦୁର୍ଘଟଣା ମହାବନ ଥାନା ଅଞ୍ଚଳରେ ଥିବା ଯମୁନା ଏକ୍ସପ୍ରେସ-ୱେର ମାଇଲ ଷ୍ଟୋନ-117 ନିକଟରେ ଘଟିଛି । ବିହାରର ନମ୍ବର ବିଶିଷ୍ଟ ବସ୍ ଡିଭାଇଡରରେ ଧକ୍କା ହୋଇଥିଲା । ଏହି ସମୟରେ ପଛରୁ ଆସୁଥିବା ଏକ କାର ବସରେ ଧକ୍କା ହେବା କ୍ଷଣି ଜଳିଉଠିଥିଲା । ଦୁର୍ଘଟଣା ପରେ ବସରେ ଥଇବା ଯାତ୍ରୀମାନେ ଓହ୍ଲାଇପଡି ନିଜ ଜୀବନ ବଂଚାଇ ଦୌଡି ପଳାଇଥିଲେ । କିନ୍ତୁ କାରରେ ଥିବା 5ଜଣ ଲୋକ ଜୀବନ୍ତ ଜଳିଯାଇଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରାଯାଇଥିବା ବେଳେ କାର ଭିତରୁ 5ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Show More

Related Articles

Back to top button