Breaking PLUSଦେଶମୁଖ୍ୟ ଖବରରାଜନୀତି

ବିହାର ବିଧାନସଭାରେ ବାଚସ୍ପତିଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାସ୍, ସପକ୍ଷରେ 125 ଓ ବିପକ୍ଷରେ 112 ଭୋଟ୍

ପାଟଣା, 12 ଫେବୃଆରୀ – ବିହାର ବିଧାନସଭାରେ ନୀତିଶ ସରକାରଙ୍କ ବଡ ବିଜୟ । ବାଚସ୍ପତିଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ 125 ଓ ବିପକ୍ଷରେ 112 ବିଧାୟକ ଭୋଟ୍ ଦେଇଛନ୍ତି । ରାଜଦର ତିନିଜଣ ବିଧାୟକ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇଥିଲେ । ନୀତିଶ କୁମାରଙ୍କ ସରକାର ଗୃହରେ ଅଗ୍ନିପରୀକ୍ଷା ପାସ୍ କରିଛନ୍ତି । ବାଚସ୍ପତି ଅବଧ ବିହାରୀ ଚୌଧୁରୀଙ୍କୁ ଚୌକି ହରାଇବାକୁ ପଡିଛି ।
ଫ୍ଳୋର ଟେଷ୍ଟକୁ ନେଇ ଗତ ଦୁଇ ତିନି ଦିନ ହେବ ବିହାରର ରାଜନୀତି ଉଷ୍ଣତା ବଢିବାରେ ଲାଗିଥିଲା । ବିହାରରେ ଏନଡିଏ ସରକାର ଗଠନ ପରଠାରୁ ବିରୋଧୀ ଦଳ ରାଜଦ ଓ କଂଗ୍ରେସ ଲଗାତର ଭାବେ ଦାବି କରୁଥିଲା ଯେ, ନୀତୀଶ ସରକାରଙ୍କ ଫ୍ଲୋର ଟେଷ୍ଟରେ ବହୁତ ବଡ ଖେଳ ହେବ ।
ଗତ କିଛି ଦିନରୁ ଫ୍ଳୋର ଟେଷ୍ଟକୁ ନେଇ ସମସ୍ତ ଦଳ ନିଜ ନିଜ ବିଧାୟକଙ୍କ ଏକଜୁଟ କରିବାରେ ଲାଗିଥିଲା । କଂଗ୍ରେସ ନିଜ ବିଧାୟକଙ୍କୁ ହାଇଦ୍ରାବାଦ ସିଫ୍ଟ କରିଥିବା ବେଳେ ରାଜଦ ନିଜ ବିଧାୟକଙ୍କୁ ନଜରବନ୍ଦ କରିଥିଲା ।

Show More

Related Articles

Back to top button