Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବଦଳିବ ଦେଶର ନାଁ, ଇଣ୍ଡିଆ ହେବ ଭାରତ !

ସ୍ୱତନ୍ତ୍ର ଅଧିବେଶନରେ ଆସିପାରେ ପ୍ରସ୍ତାବ

ଏବେ ଇଣ୍ଡିଆ ନାଁକୁ ନେଇ ସବୁଠି ଚର୍ଚ୍ଚା । ଜି-୨୦ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯିବା ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଏହି ନୈଶ୍ୟ ଭୋଜିର ନିମନ୍ତ୍ରଣ ପତ୍ରକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି ।
ସେପ୍ଟେମ୍ବର ୯ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରରେ ‘ପ୍ରସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଉଲ୍ଲେଖ ରହିଛି । କଂଗ୍ରେସ ଏହାକୁ ନେଇ ଆପତ୍ତି ଉଠାଇଛି ।

ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଜୟରାମ ରମେଶ ‘ଏକ୍ସ’ (ପୂର୍ବରୁ ଟ୍ବିଟର)ରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ ତାହା ହେଲେ ଏହି ଖବର ବାସ୍ତବରେ ସତ। ରାଷ୍ଟ୍ରପତି ଭବନ ସେପ୍ଟେମ୍ବର ୯ରେ ଜି-୨୦ ରାତ୍ରୀ ଭୋଜନ ପାଇଁ ‘ପ୍ରସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ନାମରେ ନିମନ୍ତ୍ରଣ ପଠାଇଛନ୍ତି। ସମ୍ବିଧାନର ଧାରା ୧ରେ କୁହାଯାଇଛି, ‘ଇଣ୍ଡିଆ, ଅର୍ଥାତ୍ ଭାରତ, ରାଜ୍ୟମାନଙ୍କ ଏ ସଂଘ ହେବ’। କିନ୍ତୁ ବର୍ତ୍ତମାନ ଏହି ‘ରାଜ୍ୟମାନଙ୍କ ସଂଘ’ ଉପରେ ମଧ୍ୟ ଆକ୍ରମଣ ହୋଇଛି ।”

ଆଗାମୀ ଲୋକସଭା ନିର୍ବାଚନରେ ମୋଦୀ ସରକାରଙ୍କ ବିରୋଧରେ ଏକାଠି ଲଢ଼ିବା ପାଇଁ ବିରୋଧୀ ‘ଇଣ୍ଡିଆ’ ନାମରେ ଏକ ମେଣ୍ଟ ଗଠନ କରିଛନ୍ତି । ବିରୋଧୀଙ୍କ ଏହି ମେଣ୍ଟ ନାମ ଘୋଷଣା ହେବା ଦିନ ଠାରୁ ‘ଇଣ୍ଡିଆ’ ଶବ୍ଦ ଚର୍ଚ୍ଚାରେ ହିଆସିଛି। ‘ଇଣ୍ଡିଆ’ ନାମକରଣ ନେଇ ବିଜେପି ବିରୋଧୀଙ୍କୁ ଟାର୍ଗେଟ କରିଆସିଛି ।

ବିଜେପି ସାଂସଦ ହରନାଥ ସିଂ ଯାଦବ କହିଛନ୍ତି, ‘ଇଣ୍ଡିଆ’ ବଦଳରେ ‘ଭାରତ’ ଶବ୍ଦ ବ୍ୟବହାର କରିବାକୁ ପୂରା ଦେଶ ଦାବି କରୁଛି। ବ୍ରିଟିଶମାନେ ଆମ ପାଇଁ ଜାଣିଶୁଣି ‘ଇଣ୍ଡିଆ’ ଶବ୍ଦ ବ୍ୟବହାର କରିଥିଲେ । ଅକ୍ସଫୋର୍ଡ ଡିକ୍ସନାରିରେ ମଧ୍ୟ ‘ଇଣ୍ଡିଆ’ ଶବ୍ଦର ଅର୍ଥ ଦାସ ବା ଚାକର ବୋଲି ଦର୍ଶାଯାଇଛି । ଅନ୍ୟପକ୍ଷରେ ‘ଭାରତ’ ଶବ୍ଦ ଆମ ସଂସ୍କୃତିର ପ୍ରତୀକ । ମୁଁ ଚାହୁଁଛି ସମ୍ବିଧାନରେ ଦେଶର ନାମ ବଦଳାଇ ‘ଭାରତ’ ରଖାଯାଉ।

କେନ୍ଦ୍ର ସରକାର ସେପ୍ଟେମ୍ବର ୧୮ ରୁ ୨୨ ମଧ୍ୟରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ସ୍ବତନ୍ତ୍ର ଅଧିବେଶନରେ ସରକାର ଅନେକ ବିଲ୍ ଆଣିପାରନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ବିଧାନରୁ ‘ଇଣ୍ଡିଆ’ ଶବ୍ଦକୁ ହଟାଇବା ମଧ୍ୟ ମୋଦୀ ସରକାରଙ୍କ ଏଜେଣ୍ଡାର ଅଂଶବିଶେଷ ହୋଇପାରେ। ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନ ପାଇଁ ଏଜେଣ୍ଡା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

Show More

Related Articles

Back to top button