Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଜି-20 ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ, କାଲିଠୁ ଭାରତ ଆସିବେ ବିଶ୍ୱନେତା

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ତାରିଖରେ ଜି-୨୦ ସମ୍ମିଳନୀ ଆରମ୍ଭ ହେବ। ଏଥିପାଇଁ ଦେଶରେ ରାଜଧାନୀରେ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ । ରାଜଧାନୀ ଦିଲ୍ଲୀକୁ ବେଶ୍ ସୁନ୍ଦର ଭାବେ ସଜାଯାଇଛି । ବିଶ୍ୱର ବଡବଡ ନେତାଙ୍କ ସ୍ୱାଗତ ପାଇଁ ସଜେଇ ହୋଇଛି ଦିଲ୍ଲୀ । ଏହାସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ସେପ୍ଟେମ୍ବର ୭ ତାରିଖରୁ ବିଶ୍ବନେତାମାନେ ଭାରତରେ ପହଞ୍ଚିବା ଆରମ୍ଭ କରିବ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ପ୍ରସଙ୍ଗରେ ବିଶ୍ବର ପ୍ରମୁଖ ୨୦ ନେତା ଆଲୋଚନା କରିବେ ଏବଂ ସମାଧାନର ପନ୍ଥା ବାହା କରିବେ। ‌ତେବେ ବୈଠକରେ କେଉଁମାନେ ଯୋଗ ଦେବେ ଏବଂ କେଉଁମାନେ ଯୋଗ ଦେବେନି ତାହା ସ୍ପଷ୍ଟ ହୋଇଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସେପ୍ଟେମ୍ବର ୭ ତାରିଖରେ ଭାରତ ଆସି ପହଞ୍ଚିବେ। ୮ ତାରିଖରେ ମୋଦୀ ବାଇଡେନ୍‌ ଦ୍ବିପାକ୍ଷିକ କଥାବାର୍ତ୍ତା ଅଛି। ଶନିବାର ଏବଂ ରବିବାର ବାଇଡେନ୍‌ ଜି-୨୦ ବୈଠକରେ ଯୋଗ ଦେବେ।

ଜି-୨୦ ସମ୍ମିଳନୀରେ ଚୀନ୍‌ ପ୍ରଧାନମନ୍ତ୍ରୀ ଲି କ୍ବାଙ୍ଗ୍‌ ଚୀନ୍‌କୁ ପ୍ରତିନିଧିତ୍ବ କରିବେ। ଚଳିତ ବର୍ଷ ବୈଠକରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେବେନାହିଁ ବୋଲି ଚୀନ୍‌ ସ୍ପଷ୍ଟ କରିଛି। ତେବେ ପ୍ରଥମ ଥର ପାଇଁ ଚୀନ୍‌ ରାଷ୍ଟ୍ରପତି ଜି-୨୦ ବୈଠକରେ ଯୋଗ ଦେଉନାହାନ୍ତି।

ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବାପରେ ଋଷି ସୁନକ ପ୍ରଥମ ଥର ପାଇଁ ଭାରତ ଗସ୍ତ କରିବେ ଏବଂ ଜି-୨୦ ସମ୍ମିଳନୀରେ ଯୋଗ ଦେବେ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ସେପ୍ଟେମ୍ବର ୯ ତାରିଖ ଜି-୨୦ ସମ୍ମିଳନୀରେ ଯୋଗ ଦେବେ। ଆଲବାନିଜ ଏନେଇ ସ୍ପଷ୍ଟ କରି ସାରିଛନ୍ତି।

କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ମଧ୍ୟ ଜି-୨୦ ବୈଠକରେ ଯୋଗ ଦେବେ ବୋଲି ସ୍ପଷ୍ଟ କରି ସାରିଛନ୍ତି।
ଜର୍ମାନ ଚାନ୍ସଲର ଓଲାଫ୍‌ ସ୍କଲ୍‌ଜ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ା, ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟୋଲ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ , ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ତୁର୍କୀଶ ରାଷ୍ଟ୍ରପତି ତାୟିପ ଏର୍ଡୋଗାନ, ଆାର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ, ନାଇଜେରିଆ ରାଷ୍ଟ୍ରପତି ବୋଲା ତିନୁବୁ ମଧ୍ୟ ଜି-୨୦ ବୈଠକରେ ଯୋଗ ଦେବେ।

ତେବେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜି-୨୦ ସମ୍ମିଳନୀରେ ଯୋଗ ଦେବେନି। ୟୁରୋପୀୟ ରାଷ୍ଟ୍ରସଂଘ ନେତା ସମ୍ମିଳନୀରେ ତାଙ୍କ ଯୋଗଦାନ ନେଇ କୌଣସି ସ୍ପଷ୍ଟ କରିନାହାନ୍ତି।

Show More

Related Articles

Back to top button