Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ ଭିଡିଓ ଭାଇରାଲ

ଦୁଇ ଟ୍ରେନ ମୁହାଁମୁହିଁ ଭିଡିଓ ଭାଇରାଲ । ଗୋଟିଏ ଟ୍ରାକରେ ଥିଲା ଦୁଇଟି ଯାତ୍ରୀବାହୀ ଟ୍ରେନ । ପରସ୍ପରଠାରୁ ଶହେ ମିଟର ଦୂରତା ଭିତରେ ଥିଲେ ଦୁଇ ଟ୍ରେନ । ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଦୁର୍ଘଟଣା ଆଶଙ୍କା କରି ଯାତ୍ରୀମାନେ ଟ୍ରେନାୂ ଓହ୍ଲାଇ ପଡିଥିଲେ । ଟକ ଜଗତପୁର ନିକଟରେ ଦେଖିବାକୁ ମିଳିଛି ଚିତ୍ର । ଗୋଟିଏ ଟ୍ରାକ୍‌ରେ ଚାଲିଆସିଲା ଦୁଇଟି ଟ୍ରେନ । ଗୋଟିଏ ପାସେଞ୍ଜର ଟ୍ରେନ ଓ ଅନ୍ୟଟି ମେମୁ ଟ୍ରେନ ।

ଗୋଟିଏ ଲାଇନରେ ଦୁଇଟି ମେମୁ ଟ୍ରେନ ପାଖା ପାଖି ଆସିଯାଇ ଥିଲେ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିଲା । ବାହାନାଗା ରେଳ ଦୁର୍ଘଟଣାର ଦାଗ ଏଯାଏଁ ଲିଭିନି । ଏବେ ବି ପରିଚୟ ଅପେକ୍ଷାରେ ୨୮ ମୃତଦେହ । ମନରୁ ଯାଇନି ଏହି ମର୍ମନ୍ତୁଦ ଦୁର୍ଘଟଣାର ଦୁର୍ଦ୍ଦଶା । ଏହାରି ଭିତରେ କଟକରେ ପୁଣି ଦୁଇଟି ଯାତ୍ରୀବାହୀ ଟ୍ରେନ୍‌ ମୁହାଁମୁହିଁ ହୋଇଛନ୍ତି ।
ଅନ୍ୟପଟେ ପୂର୍ବତନ ରେଳପଥ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଦୁଇଟି ଟ୍ରେନ ମୁହାଁମୁହିଁ ହୋଇନଥିବା କୁହାଯାଇଛି । ଦୁଇଟି ଟ୍ରେନ ଗୋଟିଏ ଦିଗରେ ଗତି କରୁଥିଲେ । ଭଦ୍ରକ-କଟକ ମେମୁ ଟ୍ରେନ ଯାଉଥିବା ବେଳେ ସେହି ଟ୍ରାକରେ ପଛରୁ ଆଉ ଏକ ଟ୍ରେନ ଆସି ସିଗନାଲ ପାଖରେ ଅଟକି ଯାଇଥିଲା । ମେମୁ ଟ୍ରେନର ଉଭୟ ପାର୍ଶ୍ୱରେ ଇଞ୍ଜିନ ରହିଥିବାରୁ କିଛି ଯାତ୍ରୀ ଟ୍ରେନଟି ବିପରୀତ ଦିଗରେ ଯାଉଥିବା ଅନୁମାନ କରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା ।

ପୂର୍ବତଟ ରେଳ ପକ୍ଷରୁ ଅଟୋମେଟିକ୍‌ ସିଗନାଲିଂ ସିଷ୍ଟମ ବିଭିନ୍ନ ଷ୍ଟେସନ୍‌ରେ ଏବେ ପ୍ରଚଳନ କରାଯାଉଥିବା କଥା କହିଛନ୍ତି । ମୁହାଁମୁହିଁ ହୋଇଥିବା ଦୁଇଟି ଟ୍ରେନ ମଧ୍ୟରେ ଗୋଟିଏ ପାସେଞ୍ଜର ଏବଂ ଅନ୍ୟଟି ମେମୁ ଟ୍ରେନ୍‌ ହୋଇଥିବା କୁହାଯାଉଛି । ଉଭୟ ଗାଡ଼ି ମଧ୍ୟରେ ରେଳବାଇ ଦ୍ୱାରା ଧାର୍ଯ୍ୟ ହୋଇ ଥିବା ୧୨୦ ମିଟରର ଦୂରତା ରଖା ଯାଇଥିଲା । ନୂଆ କରି ସିଗ୍‌ନାଲ କାମ କରାଯାଉ ଥିବାରୁ ଦୁଇଟି ଯାକ ଗାଡ଼ିକୁ ଅଟକା ଯାଇଥିଲା ।

Show More

Related Articles

Back to top button