Breaking PLUSଓଡ଼ିଶାମୁଖ୍ୟ ଖବର

ବ୍ରହ୍ମପୁର ୟୁନିଭର୍ସିଟିରେ ପିଜି ନାମଲେଖା ଶେଷ, 423 ସିଟ୍ ଫାଙ୍କା

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଶିକ୍ଷା ବର୍ଷ ୨୦୨୩-୨୪ ନିମନ୍ତେ ପିଜିର ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୩୧ ତାରିଖ ଠାରୁ ଚଳିତ ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମ ପର୍ଯ୍ୟାୟର ଶେଷ ଦିନ ସୁଦ୍ଧା ବିଭିନ୍ନ ବିଭାଗରେ ୭୭୫ ଜଣ ଛାତ୍ର ଛାତ୍ରୀ ନିଜର ନାମ ଲେଖାଇଥିବା ବେଳେ ଏଥିରେ ୪୫୦ ଛାତ୍ରୀ ଓ ୩୨୫ ଛାତ୍ର ନାମ ଲେଖାଇଛନ୍ତି। ଏହା ସହ ନାମ ଲେଖା ପରେ ଏବେ ବିଭିନ୍ନ ବିଭାଗରେ ୪୨୩ ସିଟ୍ ଖାଲି ପଡିଥିବା ରିପୋର୍ଟରୁ ଜଣାପଡିଛି। ତେବେ ନାରୀ ଶିକ୍ଷା ଗବେଷଣାରେ କୌଣସି ଆଡ଼ମିସନ ହୋଇନଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ ପରେ ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖା ଆରମ୍ଭ ହେବ ବୋଲି ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ସୂଚନା ଦେଇଛନ୍ତି।

Show More

Related Articles

Back to top button