Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ପବିତ୍ର ଜନ୍ମାଷ୍ଟମୀ, ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଆଜି ପବିତ୍ର ଜନ୍ମାଷ୍ଟମୀ , ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ । ଏନେଇ ଚଳ ଚଞ୍ଚଳ କୃଷ୍ଣ ମନ୍ଦିର । ସବୁଠି ପାଳନ କରାଯାଉଛି କୃଷ୍ଣ ଜନ୍ମୋତ୍ସବ । ଏହି ଦିନ ଭକ୍ତମାନ ଭଗବାନ କୃଷଙ୍କ ଜନ୍ମଦିନକୁ ଧୂମଧାମରେ ପାଳନ କରନ୍ତି । ଏବଂ ଉପବାସ କରିବା ସହିତ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ପୂଜା କରନ୍ତି ।

କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂସର ବନ୍ଦୀଶାଳରେ ଜନ୍ମ ହୋଇଥିଲେ କାହ୍ନା । ପରବର୍ତ୍ତୀ ସମୟରେ କଂସ ଭୟରେ ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ମଥୁରାରେ ଛାଡି ଆସିଥିଲେ ।

ସେହି ଦିନ ଠାରୁ ନନ୍ଦଲାଲ ଭାବେ ପାଳିତ ହୋଇଥିଲେ ଭଗବାନ କୃଷ୍ଣ। ପରମ୍ପରା ଅନୁସାରେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଜଗନ୍ନାଥଧାମ ପୁରୀ ପର୍ଯ୍ୟନ୍ତ ଆଜି ସବୁଆଡେ ପାଳନ ହେଉଛି ଉତ୍ସବ। ଦେଶରେ ବିଭିନ୍ନ ଧର୍ମପୀଠରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଇଥାଏ । ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ ।

ପଞ୍ଚାଙ୍ଗ ଅନୁଯାୟୀ, ଚଳିତ ବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ସେପ୍ଟେମ୍ବର ୬ରେ ପଡୁଛି । ଏହି ଦିନ ଅପରାହ୍ନ ୩ଟା ୩୭ ମିନିଟ୍ ରୁ ଆରମ୍ଭ ହୋଇ ପରଦିନ ଅର୍ଥାତ୍ ୭ ସେପ୍ଟେମ୍ବର ଦିନ ୪ଟା ୧୪ ରେ ଶେଷ ହେବ। ଏହା ବ୍ୟତୀତ ରୋହିଣୀ ନକ୍ଷତ୍ର ୬ ସେପ୍ଟେମ୍ବରରୁ ସକାଳ ୯ଟା ୨୧ ରେ ଆରମ୍ଭ ହେବ । ଏବଂ ୭ ସେପ୍ଟେମ୍ବରରେ ସକାଳ ୧୦ଟା ୨୫ରେ ଶେଷ ହେବ। ପୁରାଣରେ ବର୍ଣ୍ଣିତ ଅଛି ଯେ,ଶ୍ରୀକୃଷ୍ଣ ରୋହିଣୀ ନକ୍ଷତ୍ରରେ ଜନ୍ମ ହୋଇଥିଲେ, ତେଣୁ କୃଷ୍ଣଷ୍ଟମୀ ୬ ସେପ୍ଟେମ୍ବରରେ ପାଳନ କରିବେ। ଏହି ଦିନ ପୂଜାର ଶୁଭ ସମୟ ରାତି ୧୧ଟା ୪୭ ରୁ ରାତି ୧୨ଟା ୪୭ ପର୍ଯ୍ୟନ୍ତ ରହିଛି । ବିଶ୍ୱାସ ରହିଛି ଯେ, ଶ୍ରୀକୃଷ୍ଣଙ୍କୁ ଏହି ଶୁଭ ସମୟରେ ପୂଜା କଲେ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

Show More

Related Articles

Back to top button