Breaking PLUSଦେଶମୁଖ୍ୟ ଖବରରାଜନୀତି

ନୁସରତ ଜହାଁଙ୍କୁ ଇଡି ସମନ, ଆସନ୍ତା ସପ୍ତାହରେ ପଚରାଉଚରା

ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ପଚରାଉଚରା ପାଇଁ ଆସନ୍ତା ସପ୍ତାହରେ ତାଙ୍କୁ କଲକତା ଡକାଯାଇଛି। ତାଙ୍କ ବିରୋଧରେ ସହରର ନ୍ୟୁ ଟାଉନରେ ଫ୍ଲାଟ ପ୍ରତିଶ୍ରୁତି ଦେଇ ବରିଷ୍ଠ ନାଗରିକଙ୍କୁ ଠକିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ନୁସରତଙ୍କୁ ସେପ୍ଟେମ୍ବର ୧୨ରେ କେନ୍ଦ୍ରୀୟ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଏଜେନ୍ସି ତାଙ୍କ ବୟାନ ରେକର୍ଡ଼ କରିବାର ସମ୍ଭାବନା ରହିଛି। କିଛି ବରିଷ୍ଠ ନାଗରିକଙ୍କ ଅଭିଯୋଗ ଆଧାରରେ ଇଡି ତଦନ୍ତ ଆରମ୍ଭ କରିଛି। ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀ ନ୍ୟୁ ଟାଉନ୍ ଅଞ୍ଚଳରେ ଫ୍ଲାଟ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ସେମାନେ ଅଭିଯୋଗ କରିଥିଲେ।

ଅପରପକ୍ଷେ, ସାଂସଦ ନୁସରତ ଜହାଁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସେ ମାର୍ଚ୍ଚ ୨୦୧୭ରେ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ। ନୁସରତ କହିଛନ୍ତି ଯେ, ସେ କମ୍ପାନୀରୁ ଋଣ ନେଇଥିଲେ ଏବଂ ୨୦୧୭ ମେ’ରେ ସୁଧ ସହିତ ଏହାକୁ ପରିଶୋଧ କରିଥିଲେ।

Show More

Related Articles

Back to top button