Breaking PLUSଓଡ଼ିଶାଖେଳଦେଶଦେଶ ବିଦେଶ

କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଜର୍ମାନୀ ମଧ୍ୟରେ ହେବ କଡା ଟକ୍କର

ଆଜି ସଂଧ୍ୟା ୫ଟାରେ ଖେଳାଯିବ ସ୍ପେନ୍‌ ବିପକ୍ଷରେ ଘରୋଇ ପ୍ରୋ ଲିଗ୍‌ ହକି

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ପ୍ରୋ ଲିଗ ହକିରେ ସାମ୍ନା ସାମ୍ନି ହେବେ ଭାରତ ଓ ଜର୍ମାନୀ ମହିଳା ହକି ଟିମ୍‌ । ଏହି ଟିମ୍ ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇଦିନ ଧରି ଖେଳିବେ ।  ସ୍ପେନ୍‌ ବିପକ୍ଷରେ ଘରୋଇ ପ୍ରୋ ଲିଗ୍‌ ହକି ଅଭିଯାନ ଆରମ୍ଭ କରିଥିବା ଭାରତୀୟ ମହିଳା ଦଳ ଆଜି ଓ ଆସନ୍ତାକାଲି ବିଶ୍ୱର ୫ ନମ୍ବର ଟିମ୍‌ ଜର୍ମାନୀକୁ ଭେଟିବ । ଭାରତୀୟ ପୁରୁଷ ଦଳ ମଧ୍ୟ ଜର୍ମାନୀ ପୁରୁଷ ଦଳ ବିପକ୍ଷରେ ୨ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଜର୍ମାନୀର କେତେକ ଖେଳାଳୀ କରୋନା ଆକ୍ରାନ୍ତ ହୋଇଥିବାରୁ ମ୍ୟାଚକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ ।

ଆଜି ସଂଧ୍ୟା ୫ଟାରେ ଖେଳାଯିବ ଏହି ମ୍ୟାଚ୍‌ । ଭାରତ ଶେଷ ଥର ଲାଗି ଜର୍ମାନୀ ବିପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲା । ୨୦୦୬ ପରଠାରୁ ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଛନ୍ତି । ଏହି ୫ଟି ମୁକାବିଲାରେ ଭାରତ କେବଳ ଗୋଟିଏ ମ୍ୟାଚ୍‌ ଜିତିଛି । ଚଳିତ ପ୍ରୋ ଲିଗ୍‌ରେ ଭାରତ ପ୍ରଥମେ ଚୀନ୍‌ ବିପକ୍ଷରେ ଖେଳିଥିଲା ଏବଂ ଦୁଇଟି ଯାକ ମ୍ୟାଚ୍‌ ଜିତିଥିଲା । କଳିଙ୍ଗ ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷ ପ୍ରଥମ ମ୍ୟାଚରେ ୨-୧ରେ ଜିତିଥିଲା ବେଳେ ଦ୍ବିତୀୟ ମ୍ୟାଚକୁ ୩-୪ରେ ହାରିଥିଲା । ତେବେ ଆଜି କଳିଙ୍ଗ ଷ୍ଟାଡିୟମରେ ସ୍ପେନ ବିପକ୍ଷରେ ମ୍ୟାଚରେ ବିଜୟ ଲାଭ କରି ଅଲମ୍ପିକ୍ସର ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଜର୍ମାନୀ ମହିଳା ଦଳ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଖେଳିବେ ।

Show More

Related Articles

Back to top button