Breaking PLUSଦେଶବଲିଉଡମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ରଣବୀର-ଆଲିଆଙ୍କ ବିବାହକୁ ନେଇ ଚର୍ଚ୍ଚା

୨୦୨୨ ଅକ୍ଟୋବରରେ ରଣବୀର-ଆଲିଆଙ୍କ ହାତଗଣ୍ଠି ପଡିବ ।

 ଆଲିଆ ଭଟ୍ଟ ବର୍ତ୍ତମାନ ‘ଗାଙ୍ଗୁବାଇ କାଠିଆୱାଡି’ ପାଇଁ ବହୁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ପୁଣି ଥରେ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି । ହେଲେ ଏପର୍ଯ୍ୟନ୍ତ ଏହି ଦୁଇ କଳାକାରଙ୍କ ଠାରୁ କୌଣସି ପ୍ରକାରର ଅଫିସିଆଲ୍ ଘୋଷଣା କରାଯାଇ ନାହିଁ । ଏବେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ବର୍ତ୍ତମାନ ବିବାହ ତାରିଖ ସାମ୍ନାକୁ ଆସିଛି। ହେଲେ ପୂର୍ବରୁ ଖବର ଆସିଥିଲା ​​ଯେ ଏହି ଲଭବାର୍ଡ ଡିସେମ୍ବର ୨୦୨୨ରେ ବିବାହ କରିବେ। କିନ୍ତୁ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି କି ଅକ୍ଟୋବର ୨୦୨୨ରେ ରଣବୀର-ଆଲିଆଙ୍କର ହାତଗଣ୍ଠି ପଡିବ । ବର୍ତ୍ତମାନ କପୁର ଏବଂ ଭଟ୍ଟ ପରିବାର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଆଲିଆ ଏବଂ ରଣବୀରଙ୍କ  ପାଲି ହିଲରେ କୃଷ୍ଣ ରାଜଙ୍କ ରିନୋଭେସନ୍ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହା ଅତି କମରେ ଆହୁରି ୧୮ ମାସ ସମୟ ଲାଗିପାରେ। ଏଥିପାଇଁ ରଣବୀର- ଆଲିଆଙ୍କ ବିବାହ ତାରିଖ ଆଗପଛ ହେଉଛି ।

Show More

Related Articles

Back to top button