Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ବିଏମସି ନେତା ସମସ୍ତ ଟିଭି ଚ୍ୟାନେଲ ବିତର୍କରୁ ଦୂରେଇ ରହିବାକୁ ମାୟାୱାତୀଙ୍କ ଘୋଷଣା :

ଏଣିକି ତାଙ୍କ ଦଳର ନେତାମାନେ କୌଣସି ଟିଭି ଚ୍ୟାନେଲ ବିତର୍କରେ ଯୋଗ ଦେବେ ନାହିଁ ।

ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଜିତିବା ପରେ ବିଏସ୍‌ପି ସୁପ୍ରିମୋ ମାୟାୱାତୀ ଆଜି ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ତାଙ୍କ ଦଳର ନେତାମାନେ କୌଣସି ଟିଭି ଚ୍ୟାନେଲ ବିତର୍କରେ ଯୋଗ ଦେବେ ନାହିଁ । ଟିଭି ଚ୍ୟାନେଲ ଗୁଡ଼ିକ ଜାତିଗତ ଏଜେଣ୍ଡାକୁ ନେଇ ବିତର୍କ କରୁଥିବାରୁ ଏହା ତାଙ୍କ ଦଳକୁ ନିର୍ବାଚନରେ କ୍ଷତି ପହଞ୍ଚାଇଛି । ଏଥିପାଇଁ ତାଙ୍କ ଦଳ ସମସ୍ତ ଟିଭି ଚ୍ୟାନେଲ ବିତର୍କରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି ବୋଲି ମାୟାବତୀ କହିଛନ୍ତି। ମାୟାୱାତୀ ଟ୍ୱିଟ କରି କହିଛନ୍ତି,”ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ମିଡିଆ ସେମାନଙ୍କ ଆକ୍କାମାନଙ୍କ ନିର୍ଦ୍ଦେଶରେ ଜାତିବାଦୀକୁ ନେଇ ଯେଉଁ ତ୍ରୁଟିପୂର୍ଣ୍ଣ ଓ ଘୃଣା ସୃଷ୍ଟି କରିବା ଭଳି ଆଭିମୁଖ୍ୟ ପୋଷଣ କରିଥିଲେ, ସେକଥା କାହାକୁ ବି ଅଛପା ନାହିଁ। ଏପରି ଘୃଣାସୃଷ୍ଟିକାରୀ ଆଭିମୁଖ୍ୟ ପୋଷଣ କରି ମିଡିଆ ଆମ୍ବେଦକରବାଦୀ ବିଏସ୍‌ପି ବିପ୍ଳବକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛି। ମିଡିଆ କ’ଣ ସବୁ କାମ କରିଥିଲା, ସେକଥା ବି ସମସ୍ତେ ଜାଣିଛନ୍ତି। ଏପରି ସ୍ଥିତିରେ ଦଳର ମୁଖପାତ୍ରମାନଙ୍କୁ ନୂଆ ଦାୟିତ୍ୱ ଦିଆଯିବ। ଏଥିପାଇଁ ଦଳର ସବୁ ପ୍ରବକ୍ତା ସୁଧୀର ଭଦୌରିଆ, ଧର୍ମବୀର ଚୌଧୁରୀ, ଡା ଏମଏଚ୍ ଖାନ, ଫୈଜାନ ଖାନ ଓ ସୀମା କୁଶୱା କୌଣସି ଟିଭି ବିତର୍କ କିମ୍ବା କାର୍ଯ୍ୟକ୍ରମକୁ ଯିବେନାହିଁ।

Show More

Related Articles

Back to top button