ଦେଶ ବିଦେଶରାଜନୀତି

ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ

୯ଟି ଜିଲ୍ଲାର ୫୯ଟି ଆସନରେ ହେବ ଭୋଟଗ୍ରହଣ

ଉତ୍ତର ପ୍ରଦେଶରେ ଆଜି ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ୯ଟି ଜିଲ୍ଲାରେ ୫୯ଟି ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଲକ୍ଷ୍ନୌ, ପିଲଭିଟ୍ , ଲଖୀମପୁର ଖେରୀ, ସୀତାପୁର, ହରଦୋଇ, ଉନ୍ନାଓ, ରାୟ ବରେଲୀ, ବାନ୍ଦା ଓ ଫତେହପୁର ଜିଲ୍ଲାରେ ଭୋଟିଂ ହେଉଛି। ବିଭନ୍ନ ବୁଥରେ ଭୋଟମରମାନେ ନିଜର ମତ ସାବ୍ୟସ୍ତ କରୁଛନ୍ତି । ଲକ୍ଷୌରେ ସକାଳୁ ବିଏସପି ମୁଖ୍ୟ ମାୟାବତୀ ଭୋଟ ଦେଇଛନ୍ତି । ବହୁଚର୍ଚ୍ଚିତ ଲଖୀମପୁର ଖେରୀରେ ସିଟ୍ ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ୟୁପି ଆଇନ ମନ୍ତ୍ରୀ ବ୍ରିଜେସ ପାଠକଙ୍କ ଆଜି ଭାଗ୍ୟ ପରୀକ୍ଷା ।

ଏହାରି ଭିତରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ନେତାଙ୍କ ସଭା, ରାଲି ଜୋରସୋରରେ ଚାଲିଛି। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ପଂଚମ ପର୍ଯ୍ଯାୟ ନିର୍ବାଚନ ପାଇଁ ପ୍ରଚାର ପିକ୍ରେ ପହଂଚିଛି । ଏହି ପର୍ଯ୍ୟାୟରେ ଶ୍ରାବସ୍ତି, ବାହରିଚ,ବାରବାଙ୍କି, ଅଯୋଧ୍ୟା, ଆମେଥୀ, ରାଇବରେଲି, ସୁଲତାନପୁର, ଗୋଣ୍ଡା, ପ୍ରତାପଗଡ, ପ୍ରୟାଗରାଜ ଓ ଚିତ୍ରକୋଟ ଜିଲ୍ଲାରେ ହେଉଛି ନିର୍ବାଚନ। ୧୨ଟି ଜିଲ୍ଲାର ୬୧ଟି ଆସନ ପାଇଁ ପ୍ରଚାର ମୈଦାନରେ ଏବେ ସବୁ ଦଳର ହେଭିୱେଟ। ୟୁପି ୩ଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ନିର୍ବାଚନୀ ମାହୋଲ ଗରମ ରହିଛି।

Show More

Related Articles

Back to top button