ଦେଶ ବିଦେଶବାଣିଜ୍ୟ

ସେୟାର ମାର୍କେଟ ନେଇ ବୟାନ ରଖିଲେ ନିର୍ମଳା ସୀତାରମଣ

ଜାଣନ୍ତୁ ଇନ୍ଧନ ମୂଲ୍ୟ ବୃଦ୍ଧି ସମ୍ପର୍କରେ କହିଲେ କ’ଣ?

ସେୟାର ମାର୍କେଟରେ ମଙ୍ଗଳବାର ପୂର୍ବାହ୍ନରେ ଉପୁଜିଥିବା ପରିସ୍ଥିତି ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ ଆସିଛି। ସକାଳେ କାରବାର ଆରମ୍ଭ ହେବାମାତ୍ରେ ସେନସେକ୍ସ ୧ହଜାର ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ହୋଇଥିଲା। ତେବେ ୟୁକ୍ରେନକୁ ନେଇ ଉପୁଜିଥିବା ପରିସ୍ଥିତି ଲାଗି ଏପରି ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଅନ୍ତର୍ଜାତୀୟ ସ୍ତରର ପରିସ୍ଥିତିରେ ଭାରତ ମଧ୍ୟ ପ୍ରଭାବିତ ହେଉଛି ବୋଲି ସେ କହିଛନ୍ତି। ସେହିପରି ଇନ୍ଧନମୂଲ୍ୟ ବୃଦ୍ଧି ସମ୍ପର୍କରେ ମଧ୍ୟ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ିବଢ଼ି ଚାଲିଛି। ଏହି ପରିସ୍ଥିତି ଯୋଗୁ ଆମକୁ ଯେଉଁ ପରିମାଣରେ ତୈଳ ମିଳୁଥିଲା ତାର ମାତ୍ରା ମଧ୍ୟ ହ୍ରାସ ହୋଇଛି।

ତେବେ ଜନତାଙ୍କ ଉପରେ ଇନ୍ଧନ ମୂଲ୍ୟ ବୋଝ ନ ହେଉ ସେଥିଲାଗି ପ୍ରଧାନମନ୍ତ୍ରୀ ଦେଶରେ ମୂଲ୍ୟ ହ୍ରାସ କରିଥିବା ସୀତାରମଣ କହିଛନ୍ତି। ପରିସ୍ଥିତି ଉପରେ ଭାରତ ସରକାର କଡା ନଜର ରଖିଥିବା ସେ କହିଛନ୍ତି। ସେହିପରି ମହାରାଷ୍ଟ୍ରକୁ ଦିଆଯାଉଥିବା ଜିଏସଟି ନେଇ ମଧ୍ୟ ସୀତାରମଣ ନିଜର ମତ ରଖିଛନ୍ତି। କେଉଁ ରାଜ୍ୟକୁ କେତେ ଦିଆଯିବ ତାହା ଜିଏସଟି କାଉନସିଲ ସ୍ଥିର କରିଥାନ୍ତି ବୋଲି ସୀତାରମଣ କହିଛନ୍ତି। ମହାରାଷ୍ଟ୍ର ଅର୍ଥମନ୍ତ୍ରୀ ଜିଏସଟି କାଉନସିଲର ବଡ ପଦବୀରେ ଅଛନ୍ତି। ଏଥିରେ ତାଙ୍କର ରାଜସ୍ୱ ଅଟକାଇବା ଆମ କ୍ଷମତା ଅନ୍ତର୍ଗତ ନୁହେଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଏହା କେବଳ ମନ୍ତ୍ରୀଙ୍କ ହାତ କଥା ନୁହେଁ ନିଷ୍ପତ୍ତି ନେବା ଲାଗି ଜିଏସଟି କାଉନସିଲ ସମ୍ପୂର୍ଣ୍ଣ ଓ ସକ୍ଷମ ବୋଲି ନିର୍ମଳାସୀତାରମଣ କହିଛନ୍ତି।

Show More

Related Articles

Back to top button