ଓଡ଼ିଆ ଗଳ୍ପଜୀବନଚର୍ଯ୍ୟାଶିକ୍ଷା

ଋଷି ମୁନିଙ୍କ ଅମର ବାଣୀ

କ'ଣ ଯମରାଜଙ୍କ ଚିତ୍ରଗୁପ୍ତ ନାମକ କୌଣସି ମନ୍ତ୍ରୀ ଅଛନ୍ତି ଯିଏ କି ଜୀବ ଙ୍କ କର୍ମର ହିସାବ ରଖନ୍ତି ?

. ‌୨୫୭. ପ୍ର – କ’ଣ ଯମରାଜଙ୍କ ଚିତ୍ରଗୁପ୍ତ ନାମକ କୌଣସି ମନ୍ତ୍ରୀ ଅଛନ୍ତି ଯିଏ କି ଜୀବ ଙ୍କ କର୍ମର ହିସାବ ରଖନ୍ତି ?

ଉ – ଯେତେବେଳେ ଈଶ୍ଵର ହିଁ ଯମରାଜ ଏବଂ ଯମ ନାମରେ କୌଣସିି ପୃଥକ୍ ରାଜା ହିଁ ନାହାନ୍ତି ସେତେବେଳେ ଚିତ୍ରଗୁପ୍ତ ମନ୍ତ୍ରୀ କୁଆଡୁ ଆସିବେ ? ଈଶ୍ଵର ତ ସର୍ବଜ୍ଞ । ସବୁ ତାଙ୍କ ଜ୍ଞାନରେ ସର୍ବଦା ବିଦ୍ୟମାନ ଥାଏ । ତେଣୁ ଈଶ୍ୱରଙ୍କୁ କୌଣସି ଚିତ୍ରଗୁପ୍ତଙ୍କ ଆବଶ୍ୟକତା ହିଁ ନାହିଁ ।

୨୫୮. ପ୍ର – କ’ଣ ପ୍ରାଣୀଙ୍କ କର୍ମ ଓ ଭାଗ୍ୟ ଲେଖାଯାଏ ?

ଉ – ନା । କାରଣ ତାହା ଲେଖାଯାଏ ଯାହାକି ଭୁଲି ଯିବାର ଭୟ ରହିଥାଏ । ଈଶ୍ଵର ସର୍ବଜ୍ଞ । ଈଶ୍ୱରଙ୍କ ଭିତରେ ବିସ୍ମରଣ ହେବା ଅର୍ଥାତ୍ ଭୁଲିଯିବା ଗୁଣ ନାହିଁ । ତେଣୁ ତାଙ୍କୁ ଲେଖିବାର ଆବଶ୍ୟକତା ପଡ଼ିନଥାଏ ।

୨୫୯. ପ୍ର – ମରିବା ପରେ ଜୀବାତ୍ମା ଭୂତ, ପ୍ରେତ, ଡାଆଣୀ ଆଦି ହୋଇ ବୁଲିଥାଏ କି ?

ଉ – ପୂର୍ବରୁ କୁହାଯାଇଛି ଯେ ମୃତ୍ୟୁରେ ଗୋଟିଏ ଶରୀରରୁ ବାହାରିବାଠାରୁ ପୁନଃ ନୂଆ ଶରୀର ପାଇବା ପର୍ଯ୍ୟନ୍ତ ଜୀବାତ୍ମା ବାୟୁମଣ୍ଡଳରେ ଈଶ୍ୱରଙ୍କ ବ୍ୟବସ୍ଥା ଅଧୀନରେ ଅବସ୍ଥାନ କରୁଥାଏ । ଏଣୁ ମୃତ୍ୟୁ ପରେ ଜୀବ ଭୂତ, ପ୍ରେତ, ଡାହାଣୀ ହୋଇବୁଲିବା ସମ୍ଭବ ନୁହେଁ । ଭୂତ, ପ୍ରେତ, ଇତ୍ୟାଦି ଅଜ୍ଞାନରୁ ଉତ୍ପନ୍ନ ମିଥ୍ୟାଧାରଣା।

ସତ୍ୟ ସନାତନ ବୈଦିକ ଧର୍ମର — ଜୟ ହେଉ

ପରବର୍ତ୍ତୀ ପୃଷ୍ଠା ଅପେକ୍ଷାରେ….

ଜୟ ଜଗନ୍ନାଥ

Show More

Related Articles

Back to top button