ଦେଶ ବିଦେଶବାଣିଜ୍ୟ

ଦେଶର ଅର୍ଥନୀତି ନେଇ ମୁକେଶ ଅମ୍ବାନୀଙ୍କ ବଡ଼ ବୟାନ

କହିଲେ ୨୦୩୨ ବେଳକୁ ବିଶ୍ୱର ତୃତୀୟ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ ଭାରତ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜଙ୍କ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ବୁଧବାର ହରିତ ଶକ୍ତିରେ ଭାରତର ଭୂମିକା ଉପରେ ଆଲୋକପାତ କରିଛନ୍ତି। ଏସିଆ ଇକୋନମିକ ଡାୟଲଗରେ ‘ସତତ ଭବିଷ୍ୟ ଲାଗି ହରିତ ଶକ୍ତି’ ଶୀର୍ଷକ ବ୍ୟାଖ୍ୟାନରେ ଅମ୍ବାନୀ ବୈଶ୍ୱିକ ନେତୃତ୍ୱ ଲାଗି ଏବେ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି। ଏଥିରେ ଅମ୍ବାନୀ ବିତି ଯାଥିବା ପ୍ରତିଟି ବର୍ଷରେ ଏସିୟା କିପରି ପ୍ରଗତି କରିଛି ତାର ମଧ୍ୟ ବିବରଣୀ ରଖିଛନ୍ତି। ପ୍ରଥମରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ବୈଶ୍ୱିକ ମୋଟ ଘରୋଇ ଉତ୍ପାଦ (ଜିଜିଡିପି)ରେ ଏସିଆ ବିଶ୍ୱରେ ଅଗ୍ରଣୀ ଥିଲା। ଗତ ଦୁଇ ଶତାବ୍ଦୀରେ ଏସିଆ ପଛେଇ ଯାଇଥିବା ବେଳେ ଏବେ ପୁଣି ଥରେ ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କରୁଥିବା କହିଛନ୍ତି। ଆରଆଇଏଲ ଅଧ୍ୟକ୍ଷ ଅମ୍ବାନୀ ପୁଣେ ଇଣ୍ଟରନ୍ୟାସନାଲ ସେଣ୍ଟରର ଅଧ୍ୟକ୍ଷ ଡ. ଆର.ଏ ମଶଲକରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏଥିରେ ମଶାଲେକର ଅମ୍ବାନୀଙ୍କୁ ନୂଆ ଶକ୍ତି କଣ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ଅମ୍ବାନୀ ମାନବ ଭାବେ ଆମ ପାଖରେ ଏକମାତ୍ର ଗ୍ରହ ଥିବା କହିଥିଲେ।

ଆମର ଅନ୍ୟ କୌଣସି ଗ୍ରହ ନଥିବା ବେଳେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ନୂଆ ସଂକଟକୁ ମୁହାଁଇଥିବା କହିଥିଲେ। ଜଳବାୟୁ ସଂକଟ ଅନିବାର୍ଯ୍ୟ ରୂପେ ଶକ୍ତି ସଂକଟ ହିଁ ବୁଝାଯିବ ବୋଲି ସେ କହିଛନ୍ତି। ଏଣୁ ଶକ୍ତିର ପାରମ୍ପରିକ ସ୍ରୋତରୁ ବାହାରି ନୂଆ ଶକ୍ତି ଉତ୍ସ ଖୋଜିବା ବ୍ୟତୀତ ଏବେ ଆମ ନିକଟରେ ଅନ୍ୟ କିଛି ପନ୍ଥା ନଥିବା ଅମ୍ବାନୀ କହିଛନ୍ତି । ଆଉ ଏହି କ୍ଷେତ୍ରରେ ଆଗାମୀ ଦିନରେ ଭାରତ ହିଁ ବିଶ୍ୱର ନେତୃତ୍ୱ ନେବ ବୋଲି ସେ କହିଛନ୍ତି। ଭାରତ ସରକାର ଏବେ ଗ୍ରିନ ଏନର୍ଜୀ ଲାଗି ପ୍ରୋତ୍ସାହନ ଦେବା ଆରମ୍ଭ କରିସାରିଲେଣି। ଦେଶର ଅର୍ଥନୀତିକୁ ସରକାର ୫ ଟ୍ରିଲିୟନରେ ପହଞ୍ଚାଇବାକୁ ଯୋଜନା ରଖିଛନ୍ତି। ତେବେ ଏହା ୧୦ ଟ୍ରିଲିୟନ ବି ହୋଇପାରେ। ତେବେ ଏ ବାବଦେ ଆମେ ୨୦୨୫, ୨୦୨୭ ବା ୨୦୩୦ ଅଥବା ୨୦୩୨ରେ ଆଲୋଚନା କରିପାରିବା ବୋଲି କହିଛନ୍ତି ଅମ୍ବାନୀ।

Show More

Related Articles

Back to top button