Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀକ୍ଷେତ୍ରରେ ଋଷି ପଞ୍ଚମୀ ବ୍ରତ

ଶ୍ରୀମନ୍ଦିରରେ ଦାହ ଲୀଳା ନୀତି

ଶ୍ରୀକୃଷ୍ଣ ଜନ୍ମ ଅବସରରେ ଆଜି ଶ୍ରୀମନ୍ଦିରରେ ଦାହ ଲୀଳା ନୀତି ଅନୁଷ୍ଠିତ ହେବ ।‌ ମହାପ୍ରଭୁଙ୍କ ସଂଧ୍ୟାଧୂପ ବଢିବା ପରେ ଦାହଲୀଳା ନୀତି କରାଯିବ। ସେହିପରି ଆଜି ରୁଷି ପଞ୍ଚମୀ ଯୋଗୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ରହିଛି । ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହୋଇ ମାର୍କଣ୍ଡେୟଙ୍କ ମନ୍ଦିରକୁ ଯାଇଥିଲେ ।

ସେଠାରେ ମହାଲକ୍ଷ୍ମୀଙ୍କୁ ମାଜଣା ଓ ବନକଲାଗି କରାଯିବା ପରେ ପାଳିଆ ସେବାୟତ ଋଷି ପଞ୍ଚମୀ କଥା ବ୍ୟାଖ୍ୟା କରିଥିଲେ । ଏହା ପରେ ସପ୍ତରୁଷିଙ୍କୁ ଫଳ ଭୋଗ କରାଯାଇଥିଲା । ଶେଷରେ ଶୀତଳ ଭୋଗ କରାଯିବା ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ । ଶ୍ରୀକ୍ଷେତ୍ରର ଅଧିବାସୀ ଆଜି ରୁଷି ପଞ୍ଚମୀ ବ୍ରତ ପାଳନ କରୁଥିବା ବେଳେ ଏହା ଦ୍ୱାରା ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି ।

Show More

Related Articles

Back to top button