Breaking PLUSଦେଶମୁଖ୍ୟ ଖବରରାଜନୀତି

‘କୁମାରୀ ନା ଶ୍ରୀମତି.. ଆପଣଙ୍କୁ କଣ ଡାକିବୁ ?’ : ମମତାଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

ବିଜେପି ଓ ଟିଏମସି ମଧ୍ୟରେ ରାନନୈତିକ ପ୍ରତିଦ୍ୱନ୍ଦ୍ୱିତା ବଢିବାରେ ଲାଗିଛି । ଏହାମଧ୍ୟରେ ବୟାନବାଜି ମଧ୍ୟ ଜୋର୍ ଧରିଛି । ଏବେ ବିଜେପିର ସାଂସଦ ସୌମିତ୍ର ଖାନ୍ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ।

ସୌମିତ୍ର ରବିବାର ମମତାଙ୍କ ବୈବାହିକ ସ୍ଥିତି ଉପରେ ପ୍ରଶ୍ନ କରିଛନ୍ତି । ଏହାସହ ଆପଣଙ୍କୁ କୁମାରୀ ନା ଶ୍ରୀମତି କୁହାଯାଇ ଡକାଯିବ ବୋଲି ସେ ମମତାଙ୍କୁ ପଚାରିଛନ୍ତି । ଏହି ବୟାନ ପରେ ବଙ୍ଗ ରାଜନୀତି ସରଗରମ ହେବାରେ ଲାଗିଛି । ତେବେ ଟିଏମସି ପକ୍ଷରୁ ଏହି ବୟାନ ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ସୂଚନାନୁସାରେ, ସୌମିତ୍ର ରବିବାର ବାଙ୍କୁରା ଜିଲ୍ଲା ଗସ୍ତ କରିଥିଲେ । ଏଥିରେ ଜନତାଙ୍କୁ ସମ୍ବୋଧନ କରି ସେ କହିଥିଲେ ଯେ, ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ ଜମତାରା ଗ୍ୟାଙ୍ଗ୍ ସଂସ୍ପର୍ଶରେ ଅଛନ୍ତି ।

ସେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଇଭିଏମ୍ ଲୁଟିବା ଉଦ୍ୟା କରିପାରନ୍ତି । ନିର୍ବାଚନରେ ହସ୍ତକ୍ଷେପ କଲେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ତ ହେବେ । ଟିଏମସିର ସବୁ ବେଆଇନ ନେଣଦେଣ ବାବଦରେ ଖୁଲାସା କରିବେ । ସେ ଆହୁରି କହିଥିଲେ ଯେ, ମମତାଙ୍କୁ ଶ୍ରୀମତି ନା କୁମାରୀ କୁହାଯିବ ତାହା ପ୍ରଥମେ ସେ ସ୍ପଷ୍ଟ କରିବା ଦରକାର । ଏହାସହ ଟିଏମସି ବିରୋଧୀ ନେତାଙ୍କୁ ବିଜେପିରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଏହାସହ ସିପିଆଇ ଏମ ମଧ୍ୟ ବିଜେପିକୁ ମମତାଙ୍କ ବିରୋଧରେ ସମର୍ଥନ କରିବା ଦରକାର ବୋଲି ସେ କହିଛନ୍ତି ।

Show More

Related Articles

Back to top button