Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ମୋଦିଙ୍କ ଖାଇବା ପାଇଁ ଖର୍ଚ୍ଚ ହୁଏ ନାହିଁ ସରକାରୀ ପଇସା

ପ୍ରଧାନମନ୍ତ୍ରୀ ନିଜେ କରନ୍ତି ନିଜ ଖାଇବା ବାବଦ ବ୍ୟୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋଜନ ବାବଦେ ସରକାରୀ ଅର୍ଥ ବ୍ୟୟ ହୁଏନା। ଏହି ବାବଦ ଖର୍ଚ୍ଚ ନିଜେ ମୋଦି ବହନ କରିଥାନ୍ତି। ସୂଚନା ଅଧିକାର ଅଧିନିୟମ (ଆରଟିଆଇ)ରେ ମଗା ଯାଇଥିବା ସୂଚନାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ଙ୍କ ଜନ ସୂଚନା ଅଧିକାରୀ ଏହି ତଥ୍ୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପୋଷାକ ବାବଦ ବ୍ୟୟ ନେଇ ଏକ ଆରଟିଆଇରେ ସୂଚନା ମଗା ଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କହିବା କଥା ଜଣେ ସକ୍ଷମ ବ୍ୟକ୍ତି ନିଜର ଖାଇବା ବାବଦ ଖର୍ଚ୍ଚ ନିଜେ ବହନ କରୁ ଓ ସାଙ୍ଗରେ ଅନ୍ୟମାନଙ୍କ ଲାଗି ମଧ୍ୟ ବ୍ୟୟ କରୁ । ଏଣୁ ସେ ନିଜ ଖାଇବା ବାବଦ ବ୍ୟୟ ନିଜେ କରିଥାନ୍ତି। ସେହିପରି ଆରଟିଆଇରେ ପଚରା ଯାଇଥିବା ପ୍ରଶ୍ନର ଜବାବରେ ପ୍ରଧାନମନ୍ତ୍ରୀ ବାସଭବନର ଦେଖାରଖା ଓ ମରାମତି ସିପିଡବ୍ଲୁଡି କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଯାନବାହନ ଦାୟିତ୍ୱ ଏସପିଜି ହାତରେ ଥାଏ ବୋଲି କୁହାଯାଇଥିଲା।

ଆରଟିଆଇରେ ପ୍ରଧାନମନ୍ତ୍ରୀଙ୍କ ବେତନ ଓ ଭତ୍ତା ସମ୍ପର୍କରେ ମଧ୍ୟ ସୂଚନା ମଗା ଯାଇଥିଲା। ଏହି ପ୍ରଶ୍ନର ଜବାବ ଲାଗି ନିୟମାବଳିର ବାହାନା କରାଯାଇଥିବା ବେଳେ ବେତନର ସୂଚନା ନ ଦେଇ ନିୟମାନୁସାରେ ବେତନ ବୃଦ୍ଧିର ସୂଚନା ଦିଆଯାଇଛି। ସଂସଦରେ ୨୦୧୫ ବଜେଟ୍ ଅଧିବେଶନ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ କ୍ୟାଣ୍ଟିନରେ ପହଞ୍ଚି ସମସ୍ତଙ୍କୁ ଚମକାଇ ଦେଇଥିଲେ। ମୋଦି ସେଦିନ ସଂସଦ ଭବନ କ୍ୟାଣ୍ଟିନରେ ଭୋଜନ କରିଥିଲେ। ସାକାହାରୀ ଭୋଜନ ଥାଳି ନିମନ୍ତେ ମୋଦି ସେଦିନ ୨୯ ଟଙ୍କା ପୈଠ ମଧ୍ୟ କରିଥିଲେ। ତେବେ ସଂସଦ ଭବନ କ୍ୟାଣ୍ଟିନରେ ଆଗରୁ ମିଳୁଥିବା ସବସିଡି ୨୦୨୧ରୁ ସମାପ୍ତ ହୋଇ ଯାଇଛି। ଲୋସଭା ବାଚସ୍ପତି ଓମ ବିରଳା ଜାନୁୟାରୀ ୨୦୨୧ରୁ ସଂସଦ ଭବନ କ୍ୟାଣ୍ଚିନରେ ସାଂସଦମାନଙ୍କ ଲାଗି ସବସିଡି ଭୋଜନ ସମାପ୍ତ କରିଦେଇଛନ୍ତି। ଏହା ପୂର୍ବରୁ କ୍ୟାଣ୍ଟିନ ସବସିଡି ବାବଦେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିଲା। ଏଣୁ କ୍ୟାଣ୍ଟିନରେ ଭୋଜନ ଓ ପେୟ ପଦାର୍ଥ ଆଦି ବଜାର ଅପେକ୍ଷା ବେଶ ଶସ୍ତା ରହୁଥିଲା।

Show More

Related Articles

Back to top button