ଓଡ଼ିଶା

ନୂଆଁଖାଇ ଛୁଟିରେ ଘରକୁ ଫେରୁଥିଲେ, ଅଧାରାସ୍ତାରେ ଚାପି ଦେଲା କୋଇଲା ବୋଝେଇ ଟ୍ରକ

ଟ୍ରକ ଧକ୍କାରେ ଚାଲିଗଲା ଏସ୍‌ଆଇଙ୍କ ଜୀବନ ।

ନୂଆପଡ଼ା ଜିଲ୍ଲା ଜାତୀୟ ରାଜପଥ ୩୫୩ ଜୋଙ୍କ ଥାନା ଗୋଟମା ଛକରେ ଘଟିଛି ଦୁର୍ଘଟଣା । ମୃତକ ବୋଡ଼େନ ଥାନା ବୋଇରଗାଁର ସୁଧାଂଶୁ ଶେଖର ପାଣ୍ଡେ । ଖବର ଅନୁଯାୟୀ, ଅନୁଗୁଳରେ ଟ୍ରେନିଂ କରୁଥିବା ବେଳେ ନୂଆଖାଇ ଛୁଟିରେ ଘରକୁ ଆସୁଥିଲେ । ହେଲେ ଗୋଟମା ଛକରେ ବାଇକ୍‌ ଧରି ଛିଡ଼ା ହୋଇଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା ।

ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଟ୍ରକ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡିଛି । ଏହାସହିତ ପୋଲିସ ମଧ୍ୟ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button