Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା

୭ ସହରରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମପ୍ରବାହ । ଲଗାତାର କିଛି ଦିନ ଧରି ଅନେକ ସ୍ଥାନରେ ଗରମ ଅସହ୍ୟ ହେଉଛି । ପ୍ରତ୍ୟେକ ଦିନ ୭ରୁ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆଜି ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୨.୬ ଡିଗ୍ରୀ ସହ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ଏଥି ସହିତ ଝାରସୁଗୁଡ଼ାରେ ତାପମାତ୍ରା ୪୦.୮ ଡିଗ୍ରୀ ରହିଥିବା ବେଳେ ସମ୍ୱଲପୁରରେ ୪୦.୧, ସୁନ୍ଦରଗଡ଼ରେ ୪୦.୫ ଡିଗ୍ରୀ ରହିଛି । ସେହିପରି ଭବାନୀପାଟଣାରେ ୪୦.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ଏବଂ ସୋନପୁରରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Show More

Related Articles

Back to top button