ବାଣିଜ୍ୟ

ଔଷଧ ଦରରେ ହେବ ୧୦% ପର୍ଯ୍ୟନ୍ତ ବୃଦ୍ଧି

ଏପ୍ରିଲରେ ଆଉ ଏକ ମହଙ୍ଗା ମାଡ଼!

ପେଟ୍ରୋଲ, ଡିଜେଲ, ଏଲପିଜି ଓ ସିଏନଜି ପରେ ଏବେ ସାଧାରଣ ଲୋକଙ୍କୁ ଏପ୍ରିଲରେ ଆଉ ଏକ ଝଟକା ଲାଗିବାକୁ ଯାଉଛି। ଏଥର ପାରାସିଟାମଲ ଭଳି ୮୦୦ ପ୍ରକାର ପେନ କିଲର ଓ ଆଣ୍ଟିବୋୟାଟିକ୍ ଔଷଧ ମୂଲ୍ୟରେ ୧୦.୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ। ମିଳୁଥିବା ସୂଚନା ଅନୁସାରେ କରୋନା ଭାଇରସ ମହାମାରୀରେ କାନ୍ଦୁଥିବା ଔଷଧ ଉଦ୍ୟୋଗ ମୂଲ୍ୟ ବୃଦ୍ଧି ଲାଗି ସରକାରଙ୍କ ନିକଟରେ ଦାବି କରିଥିଲେ। ଯାହାକୁ ଏବେ ସରକାର ମାନି ନେଇଛନ୍ତି। ଏଣୁ ଔଷଧ ନିର୍ମାତାମାନେ ସିଡ୍ୟୁଲ ଡ୍ରଗର ମୂଲ୍ୟବୃଦ୍ଧି କରିଦେଇଛନ୍ତି। ଯାହା ଆଗାମୀ ୧ ଏପ୍ରିଲରୁ ସାରା ଦେଶରେ ଲାଗୁ ହୋଇଯିବ। ଏଥିରେ ଜ୍ୱର, ହୃଦୟରୋଗ, ଉଚ୍ଚ ରକ୍ତଚାପ, ତ୍ୱଚା ରୋଗ ଓ ଏନିମିଆର ଉପଚାର ଲାଗି ଆବଶ୍ୟକ ହେଉଥିବା ଔଷଧ ସବୁ ଏବେ ମହଙ୍ଗା ହେବ। ଫଳରେ ପାରାସିଟାମଲ, ଫିନାଇଟୋଇନ ସୋଡିୟମ, ମେଟ୍ରୋନିଡାଜୋଲ, ଏଜିଥ୍ରୋମାଇସିନ ଓ ସିପ୍ରୋଫ୍ଲୋକ୍ସାସିନ ହାଇଡ୍ରୋକ୍ଲୋରାଇଡ ଭଳି ଓଷଧ ମୂଲ୍ୟରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ। ନ୍ୟାସନାଲ ଫାର୍ମା ପ୍ରାଇସିଂ ଅଥରିଟିଙ୍କ ଅନୁସାରେ ଏହି ଔଷଧଗୁଡିକର ମୂଲ୍ୟ ପାଇକାରୀ ମୂଲ୍ୟବୃଦ୍ଧି ଆଧାରରେ ଧାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟଯୋ ସିଡ୍ୟୁଲ ଡ୍ରଗରେ ଅତ୍ୟାବଶକୀୟ ଔଷଧ ମଧ୍ୟ ସାମିଲ।

ଅର୍ଥାତ ସରକାରଙ୍କ ବିନାନୁମତିରେଏପରି ଔଷଧର ମୂଲ୍ୟବୃଦ୍ଧି ହୋଇପାରିବନି। ଏପ୍ରିଲ ମାସରୁ ଯେଉଁ ସବୁ ଔଷଧର ମୂଲ୍ୟ ବୃଦ୍ଧି ହେବ ଏଥିରେ କରୋନାରେ ହାଲୁକାରୁ ଆରମ୍ଭ କରି ମଧ୍ୟମ ଓ ଗୁରୁତର ଆକ୍ରାନ୍ତ ରୋଗୀଙ୍କ ଔଷଧର ମୂଲ୍ୟ ମଧ୍ୟ ବଢ଼ିଛି। ସେପଟେ ଫର୍ମା ଇଣ୍ଡଷ୍ଟ୍ରି ଅନୁସାରେ ଗତ ୨ ବର୍ଷରେ କେତେକ ମୁଖ୍ୟ ଏପିଆଇ ମୂଲ୍ୟ ୧୫ରୁ ୧୩୦ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇଥିବା କୁହାଯାଇଛି। ଏଥିରେ ସେମାନେ ପାରାସିଟାମଲର ଉଦାହରଣ ଦେଇଛନ୍ତି। ଏହାର ମୁଖ୍ୟ ଯୌଗିକ ଏପିଆଇ ଦରରେ ୧୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସେହିପରି ସିରପ, ଓରାଲ ଡ୍ରପ ଓ ଅନ୍ୟ ମେଡିକାଲ ଆପ୍ଲିକେସନରେ ଉପଯୋଗ ହେଉଥିବା ଗ୍ଲିସରିନର ମୂଲ୍ୟରେ ୨୬୩ ଓ ପପଲିନ ଗ୍ଲାଇକୋଲ ଦରରେ ୮୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସେହିପରି ଇଣ୍ଟରମିଡିଏଟସ୍‌ ଦାମ ମଧ୍ୟ ୧୧ରୁ ୧୭୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ଉତ୍ପାଦନ ଖର୍ଚ୍ଚବୃଦ୍ଧିକୁ ଦେଖି ଫର୍ମା ଇଣ୍ଡଷ୍ଟ୍ରିମାନେ ୨୦୨୧ ଶେଷ ବେଳକୁ ଔଷଧ ମୂଲ୍ୟ ବୃଦ୍ଧି ଲାଗି ସରକାରଙ୍କୁ ନିବେଦନ କରିଥିଲେ। ଏବେ ମୂଲ୍ୟବୃଦ୍ଧି ଲାଗି ସରକାର ସବୁଜ ସଂକେତ ଦେଇଥିବା ବେଳେ ପ୍ରାୟ ୮୦୦ ପ୍ରକାର ଔଷଧ ମୂଲ୍ୟରେ ୧୦ରୁ ୧୦.୭ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟବୃଦ୍ଧି ହେବାକୁ ଯାଉଛି।

Show More

Related Articles

Back to top button