Breaking PLUSଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା

ଆଜିଠୁ ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ

ଆଜିଠୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ ।

ଆଜିଠୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ । ସକାଳ ୭ଟା ୩୦ରୁ ୯ଟା ୩୦ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ । ଯଦି କୌଣସି ଠାରେ ଅସୁବିଧା ଥାଏ କିମ୍ବା କୋଭିଡ଼ ମାମଲା ସାମ୍ନାକୁ ଆସେ ତେବେ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବ । ତେବେ ଅଙ୍ଗନବାଡ଼ି ଖୋଲିବା ପୂର୍ବରୁ ସମସ୍ତ କର୍ମୀଙ୍କୁ କୋଭିଡ଼ ଟିକା ପ୍ରଦାନ କରାଯାଇଛି । ଆଗଭଳି ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ସକାଳୁଆ ଜଳଖିଆ ଓ ରନ୍ଧା ଖାଦ୍ୟ ଦିଆଯିବ । ଏହି ସମୟରେ ସାମାଜିକ ଦୂରତା ରକ୍ଷା ଉପରେ ପ୍ରାଥମିକତା ଦେବାକୁ କୁହାଯାଇଛି । କୋଭିଡ଼ ସଂକ୍ରମଣ କିମ୍ବା ଅନ୍ୟ କାରଣରୁ ଯଦି କୌଣସି ପିଲା ଅଙ୍ଗନବାଡ଼ି ଆସି ନପାରନ୍ତି ସେଭଳି ସ୍ଥଳେ ପିଲାଙ୍କ ଘରେ ରନ୍ଧା ଖାଦ୍ୟ ଓ ଅଣ୍ଡା ପହଞ୍ଚାଇବାକୁ କୁହାଯାଇଛି । ଅନ୍ୟପକ୍ଷରେ ନୂଆ ଅରୁଣିମା ପାଠ୍ୟକ୍ରମ ଅନୁଯାୟୀ ପ୍ରି-ସ୍କୁଲ ଶିକ୍ଷା ପ୍ରଦାନ ସହ ଆଉଟ ଡେ଼ାର କାର୍ୟ୍ୟକ୍ରମ ଆରମ୍ଭ କରାଯାଇପାରେ । ତେବେ ଅଭିଭାବକଙ୍କ ‘ଘରେ ଘରେ ଅରୁଣିମା’ ଓ ‘କୁନି କ୍ୟାଲେଣ୍ଡର’ ମାଧ୍ୟମରେ ପିଲାଙ୍କୁ ଘରେ ଶିକ୍ଷା ପ୍ରଦାନ କରିବେ ।

Show More

Related Articles

Back to top button