ଦେଶ ବିଦେଶବାଣିଜ୍ୟ

ତୈଳ ଦରରେ ଲାଗୁନି ବ୍ରେକ୍

୭ ଦିନରେ ୪ ଟଙ୍କା ବଢିଲା ପେଟ୍ରୋଲ୍, ଜାଣନ୍ତୁ କେଉଁ ସହରରେ କେତେ ଦାମ୍

ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ହେତୁ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆକାଶ ଛୁଆଁ ହୋଇଛି । ଭାରତୀୟ ତୈଳ କମ୍ପାନୀଗୁଡ଼ିକ ମାର୍ଚ୍ଚ ୨୮ ଅର୍ଥାତ୍ ଆଜି ପେଟ୍ରୋଲ ଏବଂ ଡିଜେଲର ହାର ବୃଦ୍ଧି କରିଛନ୍ତି । ଗତ ୭ ଦିନରେ ଇନ୍ଧନ ପେଟ୍ରୋଲ-ଡିଜେଲର ମୂଲ୍ୟ ୬ ଗୁଣ ବୃଦ୍ଧି ପାଇଛି । ଆଇଓସିଏଲ୍ ଅନୁଯାୟୀ ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି । ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲର ହାର ଲିଟର ପିଛା ୪ଟଙ୍କା ବୃଦ୍ଧି ହେଲାଣି । ଇଣ୍ଡିଆନ୍ ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOCL) ର ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୯.୪୧ ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୦.୭୭ ରହିଛି ।

ଦିଲ୍ଲୀରେ ପେଟ୍ରୋଲ ଦର ବର୍ତ୍ତମାନ ଏକ ସେଞ୍ଚୁରୀ ଅଭିମୁଖେ ଅଗ୍ରସର ହେଉଛି । ଅନ୍ୟ ସମସ୍ତ ପ୍ରମୁଖ ମେଟ୍ରୋ ସିଟିରେ ପେଟ୍ରୋଲ ଲିଟର ପିଛା ୧୦୦ଟଙ୍କାରୁ ଅଧିକ ବିକ୍ରି ହେଉଛି । ଦିଲ୍ଲୀକୁ ବାଦ ଦେଲେ ମାୟାନଗରୀ ମୁମ୍ୱାଇରେ ପେଟ୍ରୋଲ ଲିଟର ପିଛା ୧୧୪.୧୯ ଥିବାବେଳେ ଡିଜେଲ ଲିଟର ପିଛା ୯୮.୫୦ ପଇସା ଅଛି । ସେହିଭଳି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୮.୮୫ ଥିବାବେଳେ ଡିଜେଲ୍ ଲିଟର ପିଛା ୯୩.୯୨ ରହିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୫.୧୮ ଥିବାବେଳେ ଡିଜେଲ ଲିଟର ପିଛା ୯୫.୩୩ ରହିଛି ।

Show More

Related Articles

Back to top button