ଅନେକ ଦେଶ ଚା ପାଇଁ କଡ଼ା ନିୟମ ପାଳନ କରୁଛନ୍ତି। ଅଧିକାଂଶ ଦେଶ ୟୁରୋପୀୟ ୟୁନିୟନଙ୍କ ମାନକକୁ ଏ ବାବଦେ ଗ୍ରହଣ କରୁଛନ୍ତି। ଯାହା ଭାରତର ଏଫଏସଏସଏଆଇ ନିୟମରୁ ବି ଅଧିକ କଠୋର। ଏଥିରେ ଭାରତୀୟ ଚା ରେ ଅଧିକ ରସାୟନିକ ଓ କିଟନାଶକ ଯୋଗୁ ଘରୋଇ ଓ ଅନ୍ତର୍ଜାତୀୟ କ୍ରେତା ଚା କନସାଇନମେଣ୍ଟର ଏକ ସିରିଜକୁ ଫେରାଇ ଦେଇଛନ୍ତି। ଭାରତୀୟ ଚା ରପ୍ତାନୀକାରୀ ସଂଘ (ଆଇଟିଇଏ) ଅଧ୍ୟକ୍ଷ ଅଂଶୁମାନ କନୋରିଆ ଏହି ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ଚା ବଜାରରେ ଶ୍ରୀଲଙ୍କାର ସ୍ଥିତି ଏବେ ଦୁର୍ବଳ ହୋଇପଡିଛି। ଏଥିରେ ଭାରତୀୟ ଟି ବୋର୍ଡ ରପ୍ତାନୀ ବୃଦ୍ଧିର ବିଚାର କରୁଛନ୍ତି। ଏଥିରେ ଗୋଟିଏ ସିପମେଣ୍ଟ ଫେରି ଆସିବା ବିଦେଶ ରପ୍ତାନୀରେ ହ୍ରାସ ଦେଖା ଦେଇଛି। ଭାରତରେ ବିକ୍ରି ହେଉଥିବା ସବୁ ଚା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ)ଙ୍କ ମାନଦଣ୍ଡ ଅନୁରୂପ ହେବା କଥା। ତେବେ ଅଧିକାଂଶ କ୍ରେତା କ୍ରୟ କରୁଥିବା ଚାରେ ରସାୟନିକ ସାମଗ୍ରୀ ଅସାଧାରଣ ଭାବେ ଉଚ୍ଚ ରହୁଛି। ତେବେ ଏଥିରେ ଆଇନ ପାଳନ କରିବା ବଦଳେ ଅନେକ ସରକାରଙ୍କ ଏଫଏସଏସଏଆଇଙ୍କ ମାନକକୁ ଅଧିକ ଉଦାର କରିବାକୁ ଦାବି କରୁଛନ୍ତି।
ତେବେ ଏଥିରୁ ଏକ ଭ୍ରମାତ୍ମକ ସନ୍ଦେଶ ଯାଉଥିବା କନୋରିଆ କହିଛନ୍ତି। କାରଣ ଚାକୁ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ପେୟ ମନେ କରାଯାଉଛି। ଏଣୁ ଅନେକ ଦେଶ ଚା ପାଇଁ କଡା ନିୟମର ପାଳନ କରୁଛନ୍ତି। ୨୦୨୧ରେ ଭାରତ ୧୯୫.୯୦ ନିୟୁତ କେଜି ଚା ବିଦେଶକୁ ରପ୍ତାନୀ କରିଥିଲା। ଏହି ଚାର ମୁଖ୍ୟ କ୍ରେତା ଥିଲେ ରାଷ୍ଟ୍ରମଣ୍ଡର ଦେଶ ଓ ଇରାନ। ୨୦୨୧ରେ ଚା ରପ୍ତାନୀରୁ ଭାରତ ୫.୨୪୬.୮୯ କୋଟି ଟଙ୍କା ପାଇଥିଲା। ଟି ବୋର୍ଡ ଚଳିତବର୍ଷ ୩୦ କୋଟି କେଜି ଚା ରପ୍ତାନୀ ଲାଗି ଲକ୍ଷ ଧାର୍ଯ୍ୟ କରିଛନ୍ତି। ଏଥିରେ ଏଫଏସଏସଏଆଇ ମାନକ ପାଳନ ନ ହେଲେ ଏତେ ପରିମାଣର ଚା ରପ୍ତାନୀ ସମ୍ଭବ ହେବ କି ନା ସେ ନେଇ କନୋରିଆ ସନ୍ଦେହ ପ୍ରକାଶ କରିଛନ୍ତି। ନିକଟରେ ତୁର୍କି ଭାରତର ଗହମ ସିପମେଣ୍ଟ ଫେରାଇ ଦେଇଛି। ଏଥିରେ ତୁର୍କି ଭାରତୀୟ ଗହମରେ ରୁବେଲା ଭାଇରସ ଥିବାର କହିଛି।