ବାଣିଜ୍ୟ

ଏହି ମାସ ଆସିବ ନୂଆ ମହିନ୍ଦ୍ରା ସ୍କର୍ପିଓ

ରହିଛି ଦମଦାର୍ ଫିଚର୍ସ

ମହିନ୍ଦ୍ରାର ନୂଆ ଏସୟୁଭି ସ୍କର୍ପିଓ-ଏନ୍ ଚଳିତ ମାସରେ ଲଞ୍ଚ୍ ହେବାକୁ ଯାଉଛି । କମ୍ପାନୀ ଏହାର ଏକ ନୂଆ ଟିଜର ରିଲିଜ୍ କରିଛି । ଏହାସହ କିଛି ଫିଚର୍ସ ଉପରୁ ପରଦା ଉଠାଇଛି । ଆନନ୍ଦ ମହିନ୍ଦ୍ରାଙ୍କ କମ୍ପାନୀ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଦାବି କରିଛନ୍ତି ଯେ, ନୂଆ ସ୍କର୍ପିଓ ମାର୍କେଟରେ ସମସ୍ତଙ୍କ ଉପରେ ଭାରି ପଡିବ । ତେଣୁ କମ୍ପାନୀ ଏହାକୁ ବିଗ୍ ଡାଡି ଅଫ୍ ଏସୟୁଭି କହୁଛି । ନୂଆ ସ୍କର୍ପିଓ-ଏନର ଟିଜରରେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ସ୍ୱର ଶୁଣିବାକୁ ମିଳୁଛି । ଏହି ଭିଡିଓରେ ଡିନର ଟେବୁଲ ଓ ରାସ୍ତା ମଧ୍ୟରେ ସୁନ୍ଦର ତୁଳନା କରାଯାଉଛି । କାରଣ ଏଥିରେ ସିଟର ଉଚ୍ଚତା ଅଧିକ ରହିଛି । ଯାହା ଯାତ୍ରୀଙ୍କୁ ଆନନ୍ଦ ପ୍ରଦାନ କରିବ ।

ସ୍କର୍ପିଓର ନୂଆ ମଡେଲ କମ୍ପାନୀ ପାଇଁ ଏକ ବ୍ରିଜ୍ ଭେଇକିଲ୍ ଭାବେ କାମ କରିବ । ଏହା ମହିନ୍ଦ୍ରା ଥର ଓ ଏସୟୁଭି ୭୦୦ ଭଳି କାରବାର କରିବ ବୋଲି ଆଶା କରାଯାଉଛି । ଏଥିରେ କମ୍ପାନୀ ୬ କିମ୍ବା ୭ ସିଟର ଅପ୍ସନ ଦେଇପାରେ । ଏହାକୁ ଜୁନ ୨୭ରେ ଲଞ୍ଚ୍ କରାଯିବ । ଏବେସୁଦ୍ଧା ମଧ୍ୟ ଗାଡି ବିଷୟରେ ସମସ୍ତ ତଥ୍ୟ ସାମ୍ନାକୁ ଆସିନାହିଁ । ତେବେ ଏଥିରେ ଏଲଇଡି ହେଡ୍ ଲ୍ୟାମ୍ପ, ସି ସେପ୍ ଡିଆରଏଲ, ଏଲଇଡି ଫଗ୍ ଲ୍ୟାମ୍ପ୍ ରହିଛି । ଏହାର ଲୁକ୍ ମଧ୍ୟ ଖୁବ୍ ସ୍ପୋର୍ଟି ବୋଲି କୁହାଯାଉଛି ।

Show More

Related Articles

Back to top button