Breaking PLUSଓଡ଼ିଶାମୁଖ୍ୟ ଖବର

ବିଭାଗ ଉପଦେଷ୍ଟା ଏବଂ ନିଗମ ଅଧ୍ୟକ୍ଷ ପଦ ରଦ୍ଦ କଲେ ମୁଖ୍ୟମନ୍ତ୍ରୀ

ବିଭାଗୀୟ ସଚିବଙ୍କୁ ଯୋଜନା ବିଭାଗର ଚିଠି

ନୂଆ ମନ୍ତ୍ରିମଣ୍ଡଳରେ ସମ୍ଭାବ୍ୟ ଚେହେରାକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ। ରାଜ୍ୟର ସବୁ ବିଭାଗ ଉପଦେଷ୍ଟା ଏବଂ ନିଗମ ଅଧ୍ୟକ୍ଷ ପଦ ରଦ୍ଦ କରିଛନ୍ତି। ରାଜ୍ୟର ୨୩ଟି ବିଭାଗର ଉପଦେଷ୍ଟା ପଦ ରଦ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ବିଭାଗୀୟ ସଚିବଙ୍କୁ ଯୋଜନା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଶନିବାର ନବୀନଙ୍କ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀ ଇସ୍ତଫା ଦେଇଥିଲେ।

ରବିବାର ପୂର୍ବାହ୍ମ ୧୧.୪୫ ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ହେବ। ତେବେ ଏହା ପୂର୍ବରୁ ସବୁ ବିଭାଗ ଉପଦେଷ୍ଟା ଏବଂ ନିଗମ ଅଧ୍ୟକ୍ଷ ପଦ ରଦ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହି ସବୁ ପଦରେ ଅନେକଙ୍କୁ ଥଇଥାନ କରାଯିବ ନେଇ ଚର୍ଚ୍ଚା ହେଉଛି।

Show More

Related Articles

Back to top button