ଦେଶ ବିଦେଶମୁଖ୍ୟ ଖବର

ପାଞ୍ଚ ବର୍ଷର ଶିଶୁକନ୍ୟାଠାରେ ମଙ୍କିପକ୍ସ ଲକ୍ଷଣ

ପରୀକ୍ଷଣ ପାଇଁ ପଠାଗଲା ନମୂନା

କରୋନା ଭାଇରସର ଆତଙ୍କ ଥମିନାହିଁ । ଏହାମଧ୍ୟରେ ଗାଜିଆବାଦରେ ଜଣେ ୫ ବର୍ଷର ଶିଶୁ କନ୍ୟାଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ମଙ୍କିପକ୍ସ ନେଇ ମାମଲା ସ୍ପଷ୍ଟ ନଥିବା ବେଳେ ନମୂନା ପରୀକ୍ଷଣ ପାଇଁ ପଠାଯାଇଛି । ସୂଚନାନୁସାରେ, ଶିଶୁକନ୍ୟାଟିର ଶରୀରରେ କୁଣ୍ଡିଆ ଓ ଦାଗ ଦେଖିବାକୁ ମିଳିଥିଲା । ତାଙ୍କଠାରେ ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ । ତେବେ ସେ ଗତ ୧ ମାସ ହେଲା ବିଦେଶ ଯାତ୍ରା କରିନଥିବା ଜଣାପଡିଛି । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଙ୍କିପକ୍ସକୁ ଗୁରୁତର ସହ ନେଇ ବୈଠକ ଡାକିଥିଲା ।

ଏହି ନୂଆ ରୋଗକୁ ନେଇ ଭାରତ ସରକାର ମଧ୍ୟ ସଜାଗ ଅଛନ୍ତି । ଦେଶର ସବୁଠୁ ଅଧିକ ଜନସଂଖ୍ୟା ଥିବା ଉତ୍ତରପ୍ରଦେଶରେ ଏହାର ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏଏନଆଇ ଅନୁସାରେ, ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛି । ସଂକ୍ରମିତଙ୍କ ପାଇଁ ମଧ୍ୟ ଆଡଭାଇଜାରୀ ଜାରି କରାଯାଇଛି । ଜ୍ୱର, ଶରୀରରେ ଦାଗ ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦେବାକୁ କୁହାଯାଇଛି ।

Show More

Related Articles

Back to top button