ମୁଖ୍ୟ ଖବରସ୍ୱାସ୍ଥ୍ୟ

ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧି ହେଲେ ଖାଆନ୍ତୁ ଏହି ଡାଲି

ହୃଦଘାତ ବିପଦ ମଧ୍ୟ ହେବ କମ୍

ଡାଲି ଶରୀରକୁ ଜରୁରୀ ପୁଷ୍ଟିକର ଉପାଦାନ ପ୍ରଦାନ କରିଥାଏ । ଡାଲିରେ ପ୍ରୋଟିନ୍ ମାତ୍ରା ଅଧିକ ଥାଏ । ଏଥିପାଇଁ ଅଧିକାଂଶ ବିଶେଷଜ୍ଞ ବିଶ୍ବାସ କରନ୍ତି ଯେ, ଏହାକୁ ଖାଇବା ଦ୍ବାରା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରାଯାଇପାରିବ । ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ହୋଇଥାଏ । ଭଲ ଏବଂ ଖରାପ । ଯଦି ଖରାପ କୋଲେଷ୍ଟ୍ରଲ ବୃଦ୍ଧି ପାଏ ତେବେ ହୃଦଘାତର ବିପଦ ଅଧିକ ବଢିଯାଇଥାଏ । ଏମିତିରେ ଡାଲି ମଧ୍ୟ କୋଲେଷ୍ଟ୍ରଲକୁ ସନ୍ତୁଳିତ କରିବାରେ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଥାଏ । ଏମିତି କିଛି ଡାଲି ଅଛି ଯାହାଦ୍ବାରା କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ ।

ଅନେକ ରିପୋର୍ଟରେ ଦାବି କରାଯାଇଛି କି ଖରାପ କୋଲେଷ୍ଟ୍ରଲକୁ ମୁଗ-ମସୁର ଡାଲି ଦ୍ବାରା କଣ୍ଟ୍ରୋଲ କରାଯାଇପାରେ । ଯଦି ଆପଣ ମଧ୍ୟ ମୁଗ ଏବଂ ମସୁର ଡାଲି ସେବନ କରିବେ ତେବେ ହୃଦଘାତର ବିପଦ ମଧ୍ୟ କମ୍ ହୋଇଯିବ । କାରଣ ସମସ୍ତେ ଜାଣିଛନ୍ତି ଯେତେବେଳେ ଶରୀରରେ ଖରାପ କୋଲେଷ୍ଟ୍ରଲର ମାତ୍ରା ଅଧିକ ହୋଇଯାଏ ତେବେ ହୃଦଘାତର ବିପଦ ଅଧିକ ବଢିଯାଇଥାଏ ।

ଏହାସହ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ମଧ୍ୟ ମୁଗ-ମସୁର ଡାଲି ଅଧିକ ଲାଭଦାୟକ ହୋଇଥାଏ । ଅର୍ଥାତ୍ ମଧୁମେହ ରୋଗୀ ଏହି ଡାଲିକୁ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ ।

ଯେଉଁମାନଙ୍କର ସବୁବେଳେ ପେଟ ଖରାପ ହୋଇଥାଏ ସେମାନେ ମଧ୍ୟ ଏହି ଡାଲି ଖାଇପାରିବେ । ପ୍ରକୃତରେ ମୁଗ-ମସୁର ଡାଲିରେ ଅଧିକ ପ୍ରୋଟିନ୍ ଥାଏ ଯାହାଦ୍ବାରା ପାଚନତନ୍ତ୍ର ମଧ୍ୟ ମଜଭୁତ ହୋଇଥାଏ ।

ମୁଗ-ମସୁର ଡାଲିରେ ପ୍ରୋଟିନ୍ ସହ ଫାଇବର ମଧ୍ୟ ରହିଥାଏ । ଯାହା ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ । ଅର୍ଥାତ୍ ଯେଉଁମାନେ ଓଜନ ହ୍ରାସ କରିବାରେ ଲାଗିଛନ୍ତି ସେମାନେ ଏହି ଡାଲି ସେବନ କରିବା ଜରୁରୀ ।

ଆପଣ ସପ୍ତାହରେ ତିନି ଥର ଏହି ଡାଲିକୁ ଖାଇପାରିବେ । ଏହାଦ୍ବାରା ଆପଣଙ୍କୁ ଗୋଟିଏ ନୁହେଁ ବରଂ ଅନେକ ବଡ ଫାଇଦା ମିଳିବ । ହାର୍ଟକୁ ସୁରକ୍ଷିତ ରଖିବାରେ ମଧ୍ୟ ଏହି ଡାଲି ଅତ୍ୟନ୍ତ ଉପଯୋଗୀ ଅଟେ ।

Show More

Related Articles

Back to top button