ଜୀବନଚର୍ଯ୍ୟା

ଖରା ଉତ୍ତାପ ଯୋଗୁଁ ମୁହଁରେ ହୋଇଯାଇଛି କି ସନଟ୍ୟାନ୍‌ ?

ତୁରନ୍ତ କରନ୍ତୁ ଘରୋଇ ଉପଚାର

ଗ୍ରୀଷ୍ମ ଋତୁ ପ୍ରାୟ ସମସ୍ତଙ୍କ ପାଇଁ କଷ୍ଟସାଧ୍ୟ । ପ୍ରବଳ ସୂର୍ଯ୍ୟକିରଣ, ଉଚ୍ଚ ତାପମାତ୍ରା ଏବଂ ଗରମ ପବନ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ଅନେକ କ୍ଷତି ହୋଇଥାଏ । ଏହା ବ୍ୟତୀତ ଖରାରେ ଟିକେ ବୁଲି ଗଲେ ସ୍କିନ୍‌ କଲର ମଧ୍ୟ ବଦଳି ଯାଏ। ଯାହା ଫଳରେ ସନବର୍ନ ତଥା ସନଟ୍ୟାନ୍‌ ସମସ୍ୟା ଦେଖା ଦିଏ । ଉତ୍ତାପ ଯୋଗୁଁ ଝାଳ ବାହାରିବା ଯୋଗୁଁ ପିମ୍ପଲ୍‌ ମଧ୍ୟ ବାହାରିଥାଏ । ଖରାକୁ ଏଡାଇବା ପାଇଁ ଆମେ ସମସ୍ତ ପ୍ରକାରର ପଦକ୍ଷେପ ନେଉ। କିନ୍ତୁ ତଥାପି ଅନେକ ଥର ଏଗୁଡିକ କାମକୁ ଆସେ ନାହିଁ । ସୂର୍ଯ୍ୟଙ୍କ ଉତ୍ତାପ ହେତୁ ଅନେକ ପ୍ରକାରର ଚର୍ମ ତଥା ତ୍ବଚା ସମସ୍ୟା ମଧ୍ୟ ଦେଖା ଦିଏ । ଏଥିପାଇଁ ଆପଣ କିଛି ଘରୋଇ ମଧ୍ୟ କରିପାରିବେ ।

ଓଟସ୍ –ଓଜନ ହ୍ରାସ ପାଇଁ ଆମେ ସାଧାରଣତ ଓସ୍‌ଟ ଖାଇଥାଉ । କିନ୍ତୁ କେହି ଜାଣି ନାହାନ୍ତି କି ଏହା ଆପଣଙ୍କ ତ୍ବଚା ପାଇଁ ମଧ୍ୟ ଉପକାରରେ ଆସିବ । ଓଟସ୍‌କୁ ଯଦି ଆପଣ ସାମାନ୍ୟ ଟିକେ ଦହିରେ ମିଶାଇ ମୁହଁରେ ଲଗାଇବେ। ତାହାଲେ ଦେଖିବେ ତ୍ବଚା ଚମକି ଥାଏ । ଏହା ଚର୍ମ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଚେହେରାର ଚମକ ଫେରି ଆସିବ ।

ହଳଦୀ ଏବଂ ବେସନ –ହଳଦୀ ଏବଂ ବେସନ ଆମ ଚର୍ମ ପାଇଁ ବହୁତ ଉପକାରୀ । ଏହି ଦୁଇଟି ଜିନିଷକୁ ମିଶ୍ରଣ କରି ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ରଖନ୍ତୁ । କିଛି ସମୟ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ସୂର୍ଯ୍ୟକିରଣ ପ୍ରଭାବରେ ପଡିଥିବା ସନଟ୍ୟାନ୍‌ରୁ ମୁକ୍ତ ପାଇବେ ।

କଫି-ନିଜକୁ ସତେଜତା ପାଇଁ ଆମେ କଫି ପିଇ ଥାଉ । କିନ୍ତୁ ଏହା ସୂର୍ଯ୍ୟକିରଣରେ ପଡିଥିବା ସନ୍‌ଟ୍ୟାନ୍‌ ବା ସନବର୍ନକୁ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏକ ପାତ୍ରରେ କଫି ପାଉଡର ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ମୁହଁରେ ଲଗାନ୍ତୁ । କିଛି ସମୟ ରଖିବା ପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ।

କାକୁଡି ଏବଂ ଗୋଲାପ ଜଳ-ଏକ ପାତ୍ରରେ କାକୁଡିର ରସ ବାହାର କରି ସେଥିରେ ଗୋଲାପ ଜଳ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ଶୁଖିବାକୁ ଦିଅନ୍ତୁ । ତା’ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ଏହାର ଚମକ ମୁହଁରେ ଦୃଶ୍ୟମାନ ହେବ ।

ଲେମ୍ବୁ ଏବଂ ମହୁ-ଚର୍ମ ପାଇଁ ଲେମ୍ବୁ ଏବଂ ମହୁ ସର୍ବୋତ୍ତମ ବୋଲି କୁହାଯାଏ । କାରଣ ଲେମ୍ବୁରେ ଅମ୍ଳ ଅଂଶ ଥିବାରୁ ଅନେକ ଦାଗ ଦୂର କରିଥାଏ । ଯଦି ଆପଣ ଲେମ୍ବୁ ରସ ଏବଂ ମହୁକୁ ମିଶାଇ ମୁହଁରେ ଲଗାନ୍ତି । ତେବେ ଏହା ସୂର୍ଯ୍ୟକିରଣରେ ହୋଇତିବା ଦାଗ ଗୁଡିକ ଦୂର କରିବାରେ ସାହାଯ୍ୟ କରିଥାଏ ।

Show More

Related Articles

Back to top button