ବଲିଉଡମନୋରଞ୍ଜନ

ଆସନ୍ତୁ ଜାଣିବା ଏହି କାରଣରୁ ସୋସିଆଲ୍ ମିଡିଆରୁ ଦୂରେଇ ରହୁଛନ୍ତି ରଣବୀର କପୁର

ମା’ ନୀତୁ କପୁର କଲେ ଖୁଲାସା

କପୁର ପରିବାରର ପୁଅ ତଥା ଅଭିନେତା ରଣବୀର କପୁର ଏବେବି ସୋସିଆଲ ମିଡିଆରୁ ବହୁ ଦୂରରେ ଅଛନ୍ତି । ଶୁଣିବାକୁ ମିଳୁଥିଲା ଯେ ବିବାହ ପରେ ରଣବୀର ସୋସିଆଲ ମିଡିଆରେ ଡେବ୍ୟୁ କରିବେ କିନ୍ତୁ ତାହା ମଧ୍ୟ ହେଲାନାହିଁ । ଏବେ ମା’ ନୀତୁ କପୁର ରଣବୀର ସୋସିଆଲ ମିଡିଆକୁ ନଆସିବା କାରଣର ଖୁଲାସା କରିଛନ୍ତି । ଏହାସହ ପୁଅର ଏଭଳି ନିଷ୍ପତ୍ତିର ମଧ୍ୟ ସେ ସାଥ୍ ଦେଇଛନ୍ତି । ଇ-ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ନୀତୁ କପୁର ଏ ବିଷୟରେ ଖୁଲାସା କରିଛନ୍ତି ।

ସେ କହିଛନ୍ତି, ଆଗକାଳରେ ଷ୍ଟାରମାନଙ୍କର ସୋସିଆଲ ମିଡିଆରେ ଆକାଉଣ୍ଟ ନଥିଲା କିନ୍ତୁ ସେମାନଙ୍କ ଫ୍ୟାନ୍ ଫଲୋଇଙ୍ଗ ସଂଖ୍ୟା ଅଧିକ ଥିଲା । ଏହି କାରଣରୁ ଦର୍ଶକ ସେମାନଙ୍କୁ ଅନସ୍କ୍ରିନ୍ ଦେଖିବାକୁ ଅଧିକ ଉତ୍ସୁକ ଥାଆନ୍ତି । ସେ ଆହୁରି ରକହିଥିଲେ ଯେ, ଆଜିକାଲି ଅଭିନେତା ସେମାନଙ୍କ ଫଟୋ, ପୋଷ୍ଟ ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି । ସେମାନେ ପୂର୍ବାପେକ୍ଷା ଅଧିକ ଲୋକଙ୍କ ସହ ଅଛନ୍ତି । ଏହାଦ୍ବାରା ସ୍କ୍ରିନ୍‌ରେ ଦେଖିବାକୁ ଫ୍ୟାନ୍ସଙ୍କ କ୍ରେଜ୍ କମ୍ ହୋଇଯାଇଥାଏ । ଏହିସବୁ କଥା କହିବା ସହ ନୀତୁ କପୁର କହିଥିଲେ ଯେ, ମୋତେ ଲାଗୁଛି କି ରଣବୀରର ସୋସିଆଲ ମିଡିଆରୁ ଦୂରରେ ରହିବା ନିଷ୍ପତ୍ତି ପୁରା ଠିକ୍ ଅଟେ ।

Show More

Related Articles

Back to top button