ବାଣିଜ୍ୟମୁଖ୍ୟ ଖବର

ଦେବାଳିଆ ହେବାରୁ ବର୍ତ୍ତିବ ଫ୍ୟୁଚର ଗ୍ରୁପ୍

ବୀମା କାରବାର ବିକି ସୁଝିବ ଋଣ

ଋଣ ଚାପରେ ରହିଥିବା ଫ୍ୟୁଚର ଗ୍ରୁପର କମ୍ପାନି ଫ୍ୟୁଚର ଏଣ୍ଟରପ୍ରାଇଜ ଲିମିଟେଡ(ଏଫଇଏଲ୍‌) ଋଣ ସୁଝିବା ଲାଗି ଏକ ନୂଆ ଯୋଜନା ହାତକୁ ନେବ ବୋଲି ଜଣାପଡିଛି । କମ୍ପାନି ବୀମା କାରବାର ଏହାର ଅଂଶଧନ ବିକ୍ରି କରି ପ୍ରାୟ ୩ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି । ଏଭଳି ଯୋଜନା ଯଦି ଫଳପ୍ରଦ ହୁଏ ତେବେ କମ୍ପାନି ଦେବାଳିଆ ପ୍ରକ୍ରିୟା ବା ବ୍ୟାଙ୍କରପ୍ସିକୁ ଯିବାରୁ ବଞ୍ଚିଯିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରି କହିଛନ୍ତି । ଗୁରୁବାର ଫ୍ୟୁଚର ଏଣ୍ଟରପ୍ରାଇଜ ଲିମିଟେଡ ଯୌଥ ଉଦ୍ୟୋଗ ଫ୍ୟୁଚର ଜେନେରାଲି ଇଣ୍ଡିଆ ଇନସ୍ୟୁରାନ୍ସ ଲିମିଟେଡରେ ଜେନେରାଲିକୁ ୨୫% ଅଂଶଧନ ବିକ୍ରି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିଛି । ଏହି ଡିଲ୍‌ ୧୨୬୬.୦୬ କୋଟି ଟଙ୍କାରେ ହୋଇଛି ।
ଏହା ପରେ ଏହି ବୀମା କମ୍ପାନିରେ ଫ୍ୟୁଚର ଗ୍ରୁପର ୨୪.୯୧% ଅଂଶଧନ ରହିବ । ଆଗାମି ୩୦ରୁ ୪୦ ଦିନ ମଧ୍ୟରେ କମ୍ପାନି ବଳକା ୨୫% ଅଂଶଧନ ମଧ୍ୟ ବିକ୍ରି କରିବାକୁ ଯୋଜନା ରଖିଛି ।

ଏହାବାଦ କମ୍ପାନି ଯୌଥ ଉଦ୍ୟୋଗ ଫ୍ୟୁଚର ଜେନେରାଲି ଲାଇଫ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡରେ ରହିଥିବା ୩୩.୩% ଅଂଶଧନ ବିକ୍ରି କରିବ । ଏହା ଦ୍ୱାରା ପ୍ରାୟ ୪୦୦ କୋଟି ଟଙ୍କା କମ୍ପାନି ଜୁଟାଇବ । ଏହା ହେଲେ କିଶୋର ବିୟାନି ସମ୍ପୂର୍ଣ୍ଣ ଭାବେ ବୀମା କାରବାରରୁ ବାହାରିଯିବେ । ଏଭଳି ଡିଲ୍‌ ଗୁଡିକ ଦ୍ୱାରା କମ୍ପାନି ୨୯୫୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି । ଉଲ୍ଲେଖଯୋଗ୍ୟ, ଫ୍ୟୁଚର ଏଣ୍ଟରପ୍ରାଇଜ ଲିମିଟେଡ କନସୋର୍ଟିୟମ ବ୍ୟାଙ୍କଗୁଡିକୁ ୨,୯୧୧.୫୧ କୋଟି ଟଙ୍କା ପଇଠ କରିବାକୁ ସକ୍ଷମ ହୋଇ ନ ଥିବାରୁ ଏହାର ସମସ୍ୟା ବଢ଼ିଛି ।

Show More

Related Articles

Back to top button