ଦେଶ ବିଦେଶ

ବିହାରରେ ବଢୁଛି ସଂକ୍ରମଣ, ସମସ୍ତ ପାର୍କ ଓ ପ୍ରାଣୀଉଦ୍ୟାନ ବନ୍ଦ

ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ଟି ନୂଆ କରୋନା ମାମଲା ରୁଜୁ ହୋଇଛି ।

ଏହି କାରଣରୁ ନୀତୀଶ ସରକାର କଟକଣା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ନୂତନ ବର୍ଷ ଅବସରରେ ଉତ୍ସବ ତଥା ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପାର୍କ ଏବଂ ପ୍ରାଣୀ ଉଦ୍ୟାନ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ଲୋକମାନେ ପିକନିକ୍ କିମ୍ୱା ଭୋଜିଭାତ କରିପାରିବେ ନାହିଁ । ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବିହାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ତଥାପି, ଏହା ଏକ ଆଶ୍ୱସ୍ତିକର ବିଷୟ ଯେ, ବିହାରରେ ଓମିକ୍ରନର କୌଣସି ମାମଲା ରିପୋର୍ଟ ହୋଇନାହିଁ । ନିକଟରେ ନୀତୀଶ କୁମାର ରାଜ୍ୟରେ ନାଇଟ୍ କର୍ଫ୍ୟୁ ବିଷୟରେ କହିଥିଲେ ଯେ ବର୍ତ୍ତମାନ ଏହାର ଆବଶ୍ୟକତା ନାହିଁ । ତଥାପି, ଏହି ସମୟ ମଧ୍ୟରେ ପାଟନା ଏବଂ ଗୟା ପୁଣି ଥରେ କରୋନା ର ହଟସ୍ପଟ୍ ପାଲଟିଛି । କରୋନା ସଂକ୍ରମଣର ନୂଆ ମାମଲା ମଧ୍ୟରୁ ୧୦ ଟି କେବଳ ପାଟନାରେ ଥିବାବେଳେ ଗୟାଠାରେ ୧୭ଟି ନୂଆ ମାମଲା ନିଶ୍ଚିତ ହୋଇଛି।

Show More

Related Articles

Back to top button