Breaking PLUSଓଡ଼ିଶାପାଣିପାଗ

ରାଜ୍ୟରେ ଆଉ ଦୁଇ ଦିନ ବର୍ଷା

ନୂଆବର୍ଷରୁ ବଢ଼ିବ ଶୀତ

ଆସନ୍ତା ନୂଆବର୍ଷରୁ ରାଜ୍ୟରେ ପୁଣି ଶୀତ ବଢ଼ିବ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଦୁଇଦିନ ଯାଏଁ ବର୍ଷା ଲାଗି ରହିବ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ହୋଇଛି । ବିଶେଷ କରି ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଏବଂ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବ ।

ଆଉ କିଛି ଜିଲ୍ଲାରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା ହୋଇପାରେ । ନୂଆବର୍ଷରେ ପାଗ ଶୁଖିଲା ରହିବ । ସେହିପରି ଗୁରୁବାର ଉପକୂଳ ଓଡ଼ିଶା ସହିତ ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, କନ୍ଧମାଳରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଦେଇପାରେ ।

ରାଜ୍ୟରେ ଶୀତ କମିଥିବାବେଳେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ବର୍ଷା ପାଇଁ ରାଜ୍ୟରେ ସ୍ୱାଭାବିକଠାରୁ ୪ରୁ ୫ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି ।

Show More

Related Articles

Back to top button