ଓଡ଼ିଶା

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ ତମ ପ୍ରତିଷ୍ଠା ଦିବସ ।

୬ ବାଘ ଛୁଆଙ୍କ ହେବ ନାମକରଣ

ପ୍ରତିଷ୍ଠା ଦିବସ ଅବସରରେ ବାଘୁଣୀ ମେଘାର ୩ ଓ ବିଜୟାର ୩ଟି ଛୁଆର ନାମକରଣ କରାଯିବ। ଏଥିସହ ବଜ୍ରକାପ୍ତା ଦେହରେ ସାଟେଲାଇଟ୍ ଟ୍ରାନ୍ସମିଟର ଫିଟିଂ କରାଯାଇ ଜଙ୍ଗଲରେ ଛଡାଯିବ । ଆଗକୁ ନନ୍ଦନକାନନରେ ଜନ୍ତୁଙ୍କ ପ୍ରଜନନ କେନ୍ଦ୍ରକୁ ବ୍ୟାପକ କରାଯିବକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଜନ୍ତୁ ଅଦଳବଦଳ ପ୍ରକ୍ରିୟାକୁ ଜୋରଦାର କରାଯିବ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୨୦୨୨ ସୁଦ୍ଧା ନନ୍ଦନକାନନକୁ ବିଶ୍ବସ୍ତରୀୟ ଚିଡିଆଖାନା କରିବାକୁ ଟାର୍ଗେଟ ରଖାଯାଇଛି । ୨୯ ଡିସେମ୍ବର ୧୯୬୦ରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ ।

୬୨ ବର୍ଷ ମଧ୍ୟରେ ନନ୍ଦନକାନନ ଏବେ ଅନେକ ଉନ୍ନତି କରିଛି । ତେବେ ଟଏ ଟ୍ରେନ, ରୋପ୍ ୱେ , ମଲ୍ଟି ଲେଭଲ୍ ପାର୍କିଂ ବ୍ୟବସ୍ଥା ତୁରନ୍ତ ପ୍ରଚଳନ କରିବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି । ସେପଟେ ଆସନ୍ତା ଜାନୁଆରୀରେ ପୁଣି ଥରେ ଟଏ ଟ୍ରେନ ଆରମ୍ଭ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିପରି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ମୁଖ୍ୟ ବନ୍ୟା ପ୍ରାଣୀ ତତ୍ତ୍ୱାବଧାରକ ଶଶୀ ପଲ ସମ୍ମାନିତ ଅତିଥି ଭାବେ ଯୋଗଦେବେ ।

Show More

Related Articles

Back to top button