ଅପରାଧଦେଶସ୍ୱାସ୍ଥ୍ୟ

ବିହାରରେ ପୁଣି ବିଷାକ୍ତ ମଦ ପିଇ ୩୨ ଜଣଙ୍କର ମୃତ୍ୟ

ଘଟଣାକୁ ନେଇ ରାଜନୀତି ଜୋର ଧରିଛି

ବିଷାକ୍ତ ମଦ ପିଇ ନିଷେଧ ଥିବା ବିହାରରେ ୩୦ରୁ ଅଧିକ ଜଣଙ୍କର ମୃତ୍ୟ ହୋଇଥିବାବେଳେ ଏକାଧିକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସମସ୍ତ ମୃତକ ହେଲେ ବିହାରର ଭାଗଲପୁର, ମାଧେପୁରା ଓ ବାଙ୍କା ଜିଲ୍ଲା ବୋଲି ପୋଲିସ ସୂଚନା ଦେଇଛନ୍ତି ।

ଗତ ଶୁକ୍ରବାର ଓ ଶନିବାର ହୋଲି ପାଳନ ହୋଇଥିଲା । ଏଇ ଅବସରରେ ଲୋକ ଏକାଠି ହୋଇ ହୋଲି ଖେଳିବା ସହ ମଦର ଆସର ମଧ୍ୟ ଜମାଇଥିଲେ । ଅଧିକାଂଶ ମ଼ୃତ୍ୟୁ ଭାଗଲପୁର ଜିଲ୍ଲାରେ ଘଟିଛି , ଫଳରେ ଶନିବାର ସକାଳେ ୨୨ ଜଣଙ୍କର ମୃତ୍ୟୁ ଘଟିଛି ।ବିଷାକ୍ତ ମଦ ପିଇବା ଫଳରେ ବର୍ତମାନ ସୁଦ୍ଦା ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୪ ମାସ ମଧ୍ୟରେ ବିଷାକ୍ତ ମଦ ପିଇ ରାଜ୍ୟରେ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ବିଷାକ୍ତ ମଦ ପିଇବା ପରେ ପେଟ ଯନ୍ତ୍ରଣା,ବାନ୍ତିର ଶିକାର ହୋଇଥିଲେ । ଆହତଙ୍କୁ ଭାଗଲପୁର, ମାଧେପୁରା ଓ ବାଙ୍କା ଜିଲ୍ଲାର ବିଭିନ୍ନ  ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପୋଲିସ ଏ ମାମଲାରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଛି ।

Show More

Related Articles

Back to top button