Breaking PLUSଦୁର୍ଘଟଣାଦେଶ ବିଦେଶ

ବଡ ଧରଣର ଦୁର୍ଘଟଣାର ସମ୍ମୁଖୀନ ହେଲା ଚାଇନାର ଏକ ଯାତ୍ରୀବାହୀ ବିମାନ

ଉଦ୍ଧାର କାର୍ଯ୍ୟ ଜାରି

ବେଜିଂ : ପାହଡ଼ରେ ପିଟିହୋଇ ବଡ ଧରଣର ଦୁର୍ଘଟଣାର ସମ୍ମୁଖୀନ ହେଲା ଚାଇନାର ଏକ ଯାତ୍ରୀବାହୀ ବିମାନ । ଗୁଆଙ୍ଗକି ପ୍ରଦେଶର ତେଙ୍ଗାକ୍ସିଆନର ଏକ ପାର୍ବ୍ୟାତାମାଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଜଙ୍ଗଲରେ ନିଆଁ ଲାଗି ଯାଇଥିବାର ଦେଖିବାକୁ ମିଳିଛି । ମଝି ଆକାଶରେ ବିମାନଟି ଧ୍ୱଂସ ହୋଇଯାଇଛି । ବିମାନଟି ଇଷ୍ଟର୍ଣ୍ଣ ବୋଇଂ ୭୩୭ ବୋଲି ଜଣା ପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଇ-୧୭୯୧ ବିମାନଟି ୭୩୭-୮୯ପି ମଡେ଼ଲର । ଭାରତୀୟ ସମୟ ଅନୁସାରେ  ଦିନ ୧ଟା ୧୧ରେ ବିମାନଟି ୧୩୩ ଜଣ ଯାତ୍ରୀଙ୍କୁ ନେଇ କୁନମିଙ୍ଗରୁ ଉଡ଼ାଣ ଭରିଥିଲା । ତେବେ ଦିନ ୨ଟା ୨୨ରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ସେତେବେଳେ ବିମାନଟି ୩୨୨୫ ଫୁଟ ଉଚ୍ଚରେ ରହିଥିଲା । ଦିନ ୩ଟା ୫ରେ ଏହା ଗୁଆଙ୍ଗଝୋଉରେ ପହଁଚିବାର ଥିଲା କିନ୍ତୁ ୱାଝଉ ସହର ନିକଟରେ ବିିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ବହୁତ୍ ଲୋକ ମ଼ୃତାହତ ହୋଇଥିବାର ଅନୁମାନ କରାଯାଉଛି । ବିମାନରେ ୧୨୩ ଜଣ ଯାତ୍ରୀ ଓ ୯ ଜଣ କ୍ରିଉ ମେମ୍ବର ଥିଲେ । ଏବେ ଉଦ୍ଧାର କାର୍ଯ୍ୟ ଜାରିରହିଛି ।

 

Show More

Related Articles

Back to top button