ପୂଜା ପାର୍ବଣ

ବୈଶାଖମାସ ସୋମବାରରେ ଶିବ ପୂଜା କରନ୍ତୁ ଓ ଜୀବନସାରା ସୁଖ ଶାନ୍ତିରେ ରହନ୍ତୁ

ସୋମବାର ଦିନ ଆମ ହିନ୍ଦୁ ଧର୍ମରେ ବିଶେଷ କରି ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ l ବୈଶାଖ ମାସରେ ଶିବଙ୍କର ବିଶେଷ ପୂଜା ସହିତ ଜଳାଭିଷେକ ମଧ୍ୟ କରାଯାଏ l

ଶାସ୍ତ୍ର ଅନୁସାରେ ବୈଶାଖ ମାସ ସୋମବାରରେ ଶିବଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ଶାନ୍ତି ଓ ପ୍ରଗତି ମିଳିଥାଏ l ଶିବ ପୁରାଣରେ ବୈଶାଖମାସ ସୋମବାରରେ ବିଶେଷ ମହତ୍ୱ ରହିଛି l ମହାଦେବଙ୍କୁ ବୈଶାଖମାସ ସୋମବାରରେ କିଭଳି ସନ୍ତୁଷ୍ଟ କରାଯିବ ଆସନ୍ତୁ ଜାଣିବା l

* ବୈଶାଖ ମାସରେ ଅଧିକାଂଶ ଲୋକ ବ୍ରତ ,ଦାନଓ ଧର୍ମ ଇତ୍ୟାଦି କରିଥାନ୍ତି l ଏହି ସମୟରେ ସୂର୍ଯ୍ୟଙ୍କର ପ୍ରକୋପ ଅଧିକ ରହିଥିବା କାରଣରୁ ଧରା ପୃଷ୍ଠ ଉତପ୍ତ ହୋଇ ରହିଥାଏ l ତେଣୁକରି ଶିବଙ୍କୁ ଜଳାଭିଷେକ କରି ପୃଥିବୀକୁ ଶାନ୍ତ କରାଯାଏ l

* ବୈଶାଖ ମାସ ସୋମବାରରେ ଅର୍ଣ୍ଣ ଦାନ ଓ ଜଳଦାନ କରିବା ଦ୍ୱାରା ପିତୃ ପୁରୁଷ ଶାନ୍ତି ପାଇଥାନ୍ତି l କାରଣ ଏହି ସମୟରେ ଗ୍ରୀଷ୍ମ ପ୍ରକୋପରୁ ଅଧିକାଂଶ ଲୋକ ଭୋକିଲା ଓ ଶୋଷିଲା ଥାନ୍ତି l ତେଣୁ ଅର୍ଣ୍ଣ ଦାନ ଜଳ ଦାନ କରିବା ଦ୍ୱାରା ମହାଦେବଙ୍କର ଆଶୀର୍ବାଦ ମିଳିଥାଏ l

* ବୈଶାଖ ମାସ ସୋମବାରରେ ଗୋରୁଗାଈ ଓ ବୁଲା ଜୀବଜନ୍ତୁଙ୍କୁ ବିଶେଷ ଧ୍ୟାନମ ଦିଆଯିବା ଆବଶ୍ୟକ l କାରଣ ଏହି ସମୟରେ ଗରମ ପ୍ରକୋପରୁ ସେମାନେ ଭୋକିଲା ଅବସ୍ଥାରେ ରହି ଥାନ୍ତି l ସନ୍ତାନ ମାନଙ୍କର ଉନ୍ନତି ପାଇଁ ଓ ଘରୁ ଗ୍ରହାଃଦୋଷ କାଟିବା ପାଇଁ ବୈଶାଖମାସ ସୋମବାରରେ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଓ ପାଣି ଦେବାଦ୍ଵାରା ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ l

* ବୈଶାଖ ମାସ ସୋମବାରରେ ଆପଣ ଶିବଙ୍କ ନିକଟରେ ମହାମୃତୁଞ୍ଜୟ ମନ୍ତ୍ର ଜପ କରି ୧୦୮ ଟି ବେଲପତ୍ର ଅର୍ପଣ କରନ୍ତୁ l ତାପରେ ଘରେ ବୟସ୍କ ମାନଙ୍କର ସେବା କରିବା ସହିତ ସେମାନଙ୍କର ଆଶୀର୍ବାଦ ନିଅନ୍ତୁ l ବୈଶାଖ ମାସରେ ମହତ କାର୍ଯ୍ୟ କରିବା ଦ୍ୱାରା ଘର ଓ ସନ୍ତାନ ମାନେ ସୁଖସମୃଧିରେ ଜୀବନ ବିତାଇ ଥାନ୍ତି l

Show More

Related Articles

Back to top button